ଓଡିଶା

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

ଜ୍ୟୋତିରଞ୍ଜନ ଧର / କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଯାତ୍ରାରେ ବହୁଭକ୍ତ ସମାଗମ ନେଇ ମଙ୍ଗଳବାର ସୋସିଆଲ ମିଡ଼ିଆରେ ଏକ ଫୋଟ ପୋଷ୍ଟ ହୋଇଥିଲା । ଏନେଇ ଗତକାଲି ତାଳଚେର କୋଲିୟରି ଥାନାରେ ମା ହିଙ୍ଗୁଳା ଟ୍ରଷ୍ଟ ପକ୍ଷରୁ ମୁରଲୀଧର ସାହୁ ଏକ ଏତଲା ଦେଇଥିଲେ । ଏନେଇ ତାଳଚେର କାଲିୟରି ପୁଲିସ କେଶ ନଂ ୧୦୩/୨୦ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଫେସବୁକରେ ପୋଷ୍ଟ କରିଥିବା ଯୁବକ ଜଣକ ଅନୁଗୋଳ ହାକିମପଡାର ଜଣେ ଯୁବ ଆଇନଜୀବୀ ଅବିନାଶ ସାମନ୍ତରାୟ ବୋଲି ଜଣାପଡିଛି । ପୋଲିସ ଗତକାଲି ରାତିରେ ଯୁବକକୁ ଗିରଫ କରି ଅଧିକ ଅନୁସନ୍ଧାନ ଚଳାଇଥିଲା । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ହିଙ୍ଗୁଳା ଯାତ୍ରାରେ ଭକ୍ତ ସମାଗମକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଫଳରେ ନିରାଡମ୍ବରରେ ଗତକାଲି ମା ହିଙ୍ଗୁଳାଙ୍କ ଯାତ୍ରା ସମାପନ ହୋଇଥିଲା । ଗିରଫ ଆଇନଜୀବୀଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ସିମ କାର୍ଡ ଜବତ ହୋଇଥିବା ପୋଲିସ କହିଛି । ଅପରପକ୍ଷରେ ଅବିନାଶ ପ୍ରକାଶ କରିଛନ୍ତି, ମୁଁ ମା ହିଙ୍ଗୁଳାଙ୍କର ଭକ୍ତ । ଗତବର୍ଷ ମୁଁ ମା ହିଙ୍ଗୁଳାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା ବେଳେ ମୁଁ ମୋବାଇଲରେ ଫୋଟ ଉଠେଇ ଥିଲି । କୌଣସି ମନ୍ଦ ଉଦେଶ୍ୟ ରଖି ସେ ଗତ ବର୍ଷର ମା ଙ୍କ ଯାତ୍ରାର ଫୋଟକୁ ପୋଷ୍ଟ କରିବାରେ ଭୂଲ କୋଉଠି ରହିଲା ଯେ ମତେ ପୁଲିସ ଅଭିଯୁକ୍ତ ସଜେଇ ଦେଲା ବୋଲି । ଜଣେ ଆଇନ ଜୀବୀ ହିସାବରେ ମୁଁ ଆଇନର ଆଶ୍ରୟ ନେବି ବୋଲି କୁହନ୍ତି ଅବିନାଶ ।

Related posts

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

mahabharatanews

ରାଜଧାନୀରେ ମାଳମାଳ ଚୋରା ଫୋନ ଦଲାଲ

mahabharatanews

ଚଳିତ ବର୍ଷ ସନ୍ଧ୍ୟା ପୂର୍ବରୁ ହେବ କୁମାର ପୂର୍ଣ୍ଣିମା ପୂଜା 

mahabharatanews