(ନୋଏଡା) ; ଅର୍ଡର ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରୀ ବଏ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନୋଏଡାର ବେଟା-୨ ଅଞ୍ଚଳରେ ମିତ୍ରା ସୋସାଇଟିରେ । ଏହି ହତ୍ୟା ଘଟଣାଟି ଘଟଣା ସ୍ଥଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି । ଆଉ ଏହି ସିସିଟିଭି ଫୁ;ସେ ଅନୁଯାୟି ଅଭିଯୁକ୍ତକୁ ଖୋଜୁଛୀ ପୁଲିସ । ସୂଚନା ଅନୁସାରେ ଗ୍ରେଟର ନୋଏଡାର ମିତ୍ରା ସୋସାଇଟିରେ ଦାଦ୍ରି ବାସିନ୍ଦା ୩୮ ବର୍ଷୀୟ ସୁନୀଲ ଝମଝମ ରେସ୍ତୋରାଁ ଚଲାନ୍ତି। ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ତାଙ୍କ ଢାବାରେ କାମ କରୁଥିବା ଯୁବକ ନାରାୟଣ ଓ ସ୍ଵିଗି ଡେଲିଭରୀ ବଏ ମଧ୍ୟରେ ବିବାଦ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମଙ୍ଗଳବାର ରାତିରେ ସ୍ଵିଗି ଡେଲିଭରୀ ବଏ ଚିକେନ ବିରିୟାନୀ ଓ ପୁରୀ ତରକାରୀ ଅର୍ଡର ନେବାକୁ ଆସିଥିଲେ। ଚିକେନ ବିରିୟାନୀ ଅର୍ଡ଼ର ତାଙ୍କୁ ମିଳିଯାଇଥିଲା କିନ୍ତୁ ପୁରୀ ତରକାରୀ ପାଇଁ ଟିକେ ସମୟ ଲାଗିବ ବୋଲି ନାରାୟଣ କହିଥିଲା। ଏଥିରେ ରାଗିଯାଇ ନିଶାରେ ଥିବା ଡେଲିଭରୀ ବଏ ନାରାୟଣକୁ ଗାଳିଗୁଲଜ କରିଥିଲା। ଝଗଡା ସମାଧାନ କରିବାକୁ ସୁନୀଲ ଆସିଥିଲେ। ଜଣେ ସହଯୋଗୀ ସାହାଯ୍ୟରେ ଡେଲିଭରୀ ବଏ ସୁନୀଲଙ୍କ ମୁଣ୍ଡକୁ ଗୁଳି କରିଥିଲା ବୋଲି କୁହାଯାଉଛି। ସୁନୀଲ ଘଟଣାସ୍ଥଳରେ ହିଁ ଟଳିପଡିଲେ। ଗୁଳି ବାଜିବା ପରେ ନାରାୟଣ ଅନ୍ୟ ସହଯୋଗୀଙ୍କ ସହ ମାଲିକଙ୍କୁ ହସ୍ପିଟାଲ ନେଇଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗ୍ରେଟର ନୋଏଡା ଜୋନର ଏଡ଼ିସିପି ବିଶାଲ ପାଣ୍ଡେଙ୍କ କହିବା ଅନୁଯାୟୀ , ଅର୍ଡର ଦେବାକୁ ବିଳମ୍ବ ହେବାରୁ ଡେଲିଭରୀ ବଏ ମାଲିକଙ୍କୁ ଗୁଳି କରିଛି। ଘଟଣାସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳ ପାଖରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ଅଭିଯୁକ୍ତକୁ ଖୋଜୁଛି ଓ ଶୀଘ୍ର ଗିରଫ କରାଯିବ ବୋଲି କହିଛି।