ଅପରାଧ

ହୋମଗାର୍ଡର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

କଟକ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଦୁଷ୍କର୍ମକାରୀ । କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଜଣେ ହୋମଗାର୍ଡ, ଜଣେ ଟ୍ରକ ଡ୍ରାଇଭର ଓ ହେଲପର । ଡ୍ୟୁଟିରେ ଥିବା ହୋମଗାର୍ଡ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରିଫ କରିବା ପରେ ତୁରନ୍ତ କୋର୍ଟ ଚାଲାଣ କରିଛି ।

 

Related posts

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

mahabharatanews

୧୨ ବସ୍ତା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ

mahabharatanews

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

mahabharatanews