Uncategorized

ୟୁଏଇର ପ୍ରଥମ କୋରୋନା ସଂକ୍ରମଣ ଚିହ୍ନଟ

ଆବୁଧାବୀ: ସଂଯୁକ୍ତ ଆରବ ସାମ୍ରାଜ୍ୟ (ୟୁଏଇ)ରେ ବୁଧବାର ଜଣେ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମଣିତ ହୋଇଥିବା ଚିହ୍ନଟ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୟୁଏଇରେ କୋରୋନା ଭୂତାଣୁ କେଶର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ଏହି ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରରହିଛି ଓ ସେ ଡାକ୍ତରୀ ମାଇନାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଚୀନର ୱାହନରେ ଡିସେମ୍ବର ଶେଷ ଆଡକୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଏହି ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା କରିବାକୁ ଚୀନ ଅର୍ଥ ମନ୍ତ୍ରଣାଳୟ ୪.୪ ବିଲିଅନ ୟୁଆନ (୬୪୦ ମିଲିଅନ ୟୁଏସ ଡଲାର) ପ୍ରଦାନ କରିଛି । ଚୀନ ଜାତୀୟ ସ୍ୱାସ୍ଥ୍ୟ ଅଧ୍ୟକ୍ଷଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚୀନରେ ୧୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୯୦୦ ଜଣ ଭୂତାଣୁ ସଂକ୍ରମିତ ରହିଛନ୍ତି ।

Related posts

ଭୁବନେଶ୍ୱର ଏମସରେ ପାର୍ଥ ଚାର୍ଟାଜୀ

mahabharatanews

ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାୟକଙ୍କ ମେଳି

mahabharatanews

୭ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

mahabharatanews