ଓଡିଶା

ୟେସ୍ ବ୍ୟାଙ୍କ ଶାଖା ସାମ୍ନାରେ ପୁରୀ ସିପିଆଇଏମର ବିକ୍ଷୋଭ

(ମହାଭାରତ, ପୁରୀ): ପୁରୀ ଟାଉନ ସ୍ଥିତ ୟେସ୍ ବ୍ୟାଙ୍କର ଶାଖା ସମ୍ମୁଖରେ ଜିଲ୍ଲା ସିପିଆଇଏମର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଋଣ ଖିଲାପୀଙ୍କ ଠାରୁ ଋଣ ଆଦାୟ, ବ୍ୟାଙ୍କ କର୍ମଚାରୀଙ୍କ ଟଙ୍କା ଫେରସ୍ତ, ୟେସ୍ ବ୍ୟାଙ୍କରେ ଜମାଥିବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ୫୪୫ ଟଙ୍କା ଫେରସ୍ତ ଆଦି ୫ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟେସ୍ ବ୍ୟାଙ୍କରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ସିପିଆଇଏମ ସଂଗଠନ । ଶିଳ୍ପପତିଙ୍କୁ କେନ୍ଦ୍ର ସରକାରଙ୍କ ଅହେତୁକ ସମର୍ଥନ ପାଇଁ ଆଜି ୟେସ ବ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ସଂଗଠନର ସଦସ୍ୟମାନେ କହିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନରେ ୟେସ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ନାଁରେ ଥିବା ୫୪୫ କୋଟି ଟଙ୍କା ରଖାଯିବାକୁ ନେଇ ସଂଗଠନ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛି । ଏହାସହ ଏହି ଟଙ୍କା ରଖାଯିବା ପଛରେ ବଡ ବଡ ନେତାଙ୍କ ହାତ ରହିଛି । ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲା ସିପିଆଇଏମ ସଂଗଠନ ଦାବି କରିଛି ।

Related posts

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ 

mahabharatanews

ସ୍ନାନ ପୂର୍ଣ୍ଣିମା :ଦିନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ମନା

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews

Leave a Comment