ଓଡିଶା

୧୧ଜଣ ନାବାଳିକା ଶିଶୁଶ୍ରମିକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ସତିଗୁଡା କେନାଲ କାମରେ ନିୟୋଜିତ ୧୧ଜଣ ନାବାଳିକା ଶିଶୁଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କୁ ଚାଇଲ୍ଟଲାଇନ ଉଦ୍ଧାର କରିଛି । ମାଲକାନଗିରି ବ୍ଲକସ୍ଥ ତୁମସାପାଲି ପଚାଂୟତର କରସ୍ତାଗୁଡା ଗ୍ରାମର ୧୨ବର୍ଷରୁ ୧୬ବର୍ଷ ମଧ୍ୟରେ ୧୧ଜଣ ଆଦିବାସୀ ନାବାଳିକାଙ୍କୁ ଅବନି ଭୂୟାଁ ନାମକ ଜଣେ ଠିକାଦାର ଏମଭି୮ ଗ୍ରାମ ନିକଟରେ ପ୍ରବାହିତ ସତିଗୁଡା କେନାଲ କାମରେ ନିୟୋଜିତ କରିଥିଲେ । ଏ ସଂପର୍କରେ ମାଲକାନଗରି ଚାଇଲ୍ଡ ଲାଇନ ନିକଟରେ ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଚାଇଲ୍ଡ ଲାଇନର ଟିମଲିଡର ଶୁକାନ୍ତି ବିଶ୍ୱାଳ,ଶିବନାଥ ନାୟକ ଓ ସହକାରୀ ଶ୍ରମ ଅଧିକାରୀ ପ୍ରଶ୍ନକୁମାର ପ୍ରଧାନ ,ଟାସ୍କଫୋର୍ସ କର୍ମକର୍ତାମାନେ ଏମଭି୮ କେନାଲ ନିକଟରେ ପହଁଚି ସେଠାରେ ପ୍ରବଳଖରାରେ କମାକରୁଥିବା ୧୧ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।
ସେମାନଙ୍କୁ କାମ କରାଉଥିବା ଠିକାଦାର ସେଠାରୁ ଫେରାର ହୋଇ ଯାଇଥିବାରୁ ତାଙ୍କୁ ଧରି ପାରିନଥିଲେ । ଉଦ୍ଧାର ନାବାଳିକା ମାନଙ୍କୁ ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଜିଲ୍ଲାଶିଶୁକଲ୍ୟାଣ କମିଟି ନିକଟରେ ହାଜର କରାଇଛନ୍ତି । ମାଲକାନଗିରି ଜିଲ୍ଲା ଶିଶୁକଲ୍ୟାଣ କମଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଶିଶୁକଲ୍ୟାଣ କମଟିର ସଭ୍ୟ ରାମଗୋବିନ୍ଦ ପଣ୍ଡା,ଦିନବନ୍ଧୁ ଦାଶ,ସଭ୍ୟା ଚୁମୁକି ବେହେରା,ଲିଗାଲ ଅଫିସର ସତ୍ୟଜିତ ପଣ୍ଡା,ଜିଲ୍ଲାଶିଶୁସୁରକ୍ଷା ଆନୁଷ୍ଟାନିକ ଯତ୍ନ ଅଧିକାରୀ ଶ୍ରୀମତୀ ସୁଦେଶ୍ନା ରାଉତ ଉଦ୍ଧାର ନାବାଳିକା ମାନଙ୍କୁ କାଉଁସିଲିଂ କରି ତଥ୍ୟସଂଗ୍ରହ କରିଥିଲେ । ସେମାନଙ୍କୁ କାଉଁସିଲିଂ କରିବାରୁ ଜଣାପଡିଥିଲା ଏହି ନାବାଳିକା ମାନଙ୍କ ପରିବାର ଅତ୍ୟନ୍ତ ଗରିବ କିଛି ପିଲା ପାଠପଢୁଛନ୍ତି ଲକଡାଉନ ପାଇଁ ସ୍କୁଲବନ୍ଦ ଥିବାରୁ ସେମାନେ ଘରଚଳାଇବା ପାଇଁ କାମକରିବାକୁ ଯାଇଥିଲେ ଓ ଅନ୍ୟକେତେ ଜଣ ଅଳ୍ପପାଠପଢି ଛାଡିଦେଇଛନ୍ତି ।ସ୍କୁଲ ଖୋଲିବା ପରେ ସେମାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ହଷ୍ଟେଲ ରେ ରଖାଯାଇ ମାଗଣାରେ ପାଠ ପଡାଇବାର ବ୍ୟବସ୍ଥା କରାଯିବ, କାଉଁସିଲିଂ ପରେ ଉଦ୍ଧାର ନାବାଳିକା ମାନଙ୍କୁ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରିଦିଆ ଯାଇଛି । ନାବାଳକ ଓ ନାବାଳିକା ମାନଙ୍କୁ ଶିଶୁଶ୍ରମିକ ଭାବେ କାମକରାଇବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଅନେକ ଠିକାଦାର ସେମାନଙ୍କୁ ଅଳ୍ପମଜୂରୀ ଦେଇ ବିଭିନ୍ନ କାମରେ ଲଗାଉ ଥିଲେ ମଧ୍ୟ ଏଥି ପ୍ରତି ଜିଲ୍ଲାପ୍ରଶାସନ କିମ୍ବା ଶ୍ରମବିଭାଗ ଗୁରୁତ୍ୱ ଦେଉନଥିବାରୁ ଦିନକୁ ଦିନ ଜିଲ୍ଲାରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବଢିଚାଲିଛି ।

Related posts

୨୬ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ  

mahabharatanews

ଅଧ୍ୟାପକଙ୍କ ଛାତ୍ରୀଙ୍କୁ ଅସଦାରଚରଣ , ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ

mahabharatanews

ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews