ଓଡିଶା

୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଶିଶୁ ସଂକ୍ରମଣ ବୃଦ୍ଧି ପାଉଛି । ଗତକାଲି ୧୦୪ ଜଣ ୧୮ ବର୍ଷରୁ କମ ବୟସ୍କ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ୯୬ ଆକ୍ରାନ୍ତ ହୋଇଛନ୍ତି । ନାବାଳକ/ନାବାଳିକାଙ୍କ ଟୀକାକରଣ ହୋଇନଥିବାରୁ ସେମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ତେବେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରିବା ପାଇଁ ଆଜି ଆରଏମଆରସିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି ୧୨ଟି ଜିଲ୍ଲା ହେଲା ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳହାଣ୍ଡି ଓ ନବରଙ୍ଗପୁର ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ଚିଠି ଲେଖି ୧୨ଟି ଜିଲ୍ଲା ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଏସଏଆରଏସ-ସିଓଭି-୨ ଆଣ୍ଟିବଡ଼ି ସ୍ଥିତି ଯାଞ୍ଚ କରିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଏହି ସେରୋସର୍ଭେ ପାଇଁ ୫୭.୭୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ତେବେ କେବେଠୁ ଏହି ସେରୋ ସର୍ଭେ ଆରମ୍ଭ ହେବ ତାହା ଜଣାପଡ଼ିନି।

 

Related posts

ଓଡ଼ିଶା କ୍ରିକେଟ ଦଳର କୋଚ ହେଲେ ଦୀନେଶ ଓ ରୁମେଲି

mahabharatanews

ମାଡ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

mahabharatanews

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

mahabharatanews