ଓଡିଶା

୧୨ ପୋଲିସ କର୍ମଚାରୀ କରୋନା ପଜିଟିଭ, ରାୟଗଡା ଏସପିଙ୍କ ଭିଡିଓ ବାର୍ତ୍ତା ଜାରି

(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାୟଗଡା ଟାଉନ ଥାନାର ୧୨ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାୟଗଡା ଏସପି ଡ. ସର୍ବଣ ବିବେକ ଏମ୍ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଥାନାରୁ ପୋଲିସ କର୍ମୀମାନେ ପଜିଟିଭ ଚିହ୍ନଟ ହେବା ପରେ ଥାନାକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଏଭିତରେ ଥାନାକୁ ସାନିଟାଇଜ ମଧ୍ୟ କରାଯାଇଛି । ୪୮ ଘଣ୍ଟା ପାଇଁ ଥାନା ବନ୍ଦ ଘୋଷଣା କରାଯାଇଥିବାରୁ ଏହି ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଅଭିଯୋଗ ଶୁଣାଣିରେ କୌଣସି ଅସୁବିଧା ଯେପରି ସୃଷ୍ଟି ନହୁଏ ସେଥିପାଇଁ ଥାନା ବାହାରେ ଏକ ଆଉଟ ପୋଷ୍ଟ ବା ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଥିବା ସେ କହିଛନ୍ତି । ଏହାଛଡା ସରକାରଙ୍କ କୋଭିଡ ଗାଇଡଲାଇନ ମାନି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସେ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ।

Related posts

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ

mahabharatanews

ଆଜି ବିଶ୍ୱ ପୃଥିବୀ ଦିବସ

mahabharatanews

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews