ଅପରାଧ

୧୨ ବର୍ଷୀୟା ନାବାଳିକା ଗଣଦୁର୍ଷ୍ମର ଶିକାର

ମାହୋବା: ଉତ୍ତର ପ୍ରଦେଶର ମାହୋବାରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଚି । ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ନାବାଳିକା ପୀଡିତାକୁ ତାର ଘରୁ ଦୁଇ ଜଣ ବ୍ୟକ୍ତି ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଉଭୟ ତା ସହ ଗଣଦୁଷ୍କର୍ମ କରିଥିବା ପୁଲିସ ଆଜି ସୂଚନା ଦେଇଛି । ନାବାଳିକା ଚିକ୍ରାର କରିବାରୁ ସେଠାର ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ଏହା ପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କ ଧରିବାରେ ସକ୍ଷମ ହୋଇଥିଲେ । ଏହି ଦୁଇ ଅଭିଯୁକ୍ତମାନେ ହେଲେ ଛୋଟେ (୨୩) ଓ ଡେଭିଡିନ (୨୨) । ଡେଭିଡିନ ଫେରାର ହେବାରେ ସକ୍ଷମ ହୋଇଛି । ଏଥିନେଇ ଥାନାରେ ଏକ ଅଭିଯୋଗ ଦିଆଯାଇଛି । ପୁଲିସ ଛୋଟେକୁ ଗିରଫ କରି ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Related posts

କୁକୁଡା ଚୋରି ପାଇଁ ଦୋଷୀକୁ ଆଜୀବନ କାରାଦଣ୍ଡ

mahabharatanews

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

mahabharatanews

ହାଇଦର ସହଯୋଗୀ ସଲୁ କଲା ଆତ୍ମସମର୍ପଣ

mahabharatanews