ଅପରାଧଓଡିଶା

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲରେ ଖୁଲମଖୁଲା ଦେହ ବେପାର ଚାଲିଥିବା ଘଟଣା ପ୍ରଘଟ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି । ଏହା ବ୍ୟତୀତ ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ସମେତ ଭୋଗରାଇର ତାଳସାରୀ, ସାହାବାଜିପୁର, ଉଦୟପୁର ଆଦି ସ୍ଥାନରେ ଥିବା ବିଭିନ୍ନ ହୋଟେଲ ଓ ଲଜ୍ରେ ଦେହ ବେପାର ପାଇଁ ପର୍ଯ୍ୟଟକଙ୍କୁ ବଙ୍ଗୀୟ ଯୁବତୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି । ଏଥିରୁ ବିପୁଳ ଅର୍ଥ ମଧ୍ୟ ହୋଟେଲ ମାଲିକମାନେ କମାଉଛନ୍ତି । ତେଣୁ ପୋଲିସ ଏନେଇ ଖୋଳତାଡ ଆରମ୍ଭ କରିଛି । ଜଳେଶ୍ୱର ଷ୍ଟେସନ ବଜାରରେ ଥିବା ଏକ ହୋଟେଲରେ ଦେହ ବେପାର ପାଇଁ ମୁଲଚାଲ ଚାଲିଥିବା ବେଳେ ଏହାର ଭିଡିଓ ବାହାରେ ପ୍ରଘଟ ହୋଇଥିଲା । ଏହାପରେ ପୋଲିସ ତନାଘନା ଆରମ୍ଭ କରିଛି ।

କିଛି ଦିନ ତଳେ ଭୋଗରାଇ ତାଳସାରୀ ଓ ଉଦ୍ୟପୁର ନିକଟରେ ଥିବା ଗେଷ୍ଟ ହାଉସରେ ଦେହ ବେପାର ଚାଲିଥିବା ଜାଣିି ସ୍ଥାନୀୟ ଲୋକେ ୩ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଜିମାରେ ଦେଇଥିଲେ । କିନ୍ତୁ ଗେଷ୍ଟ ହାଉସ ମାଲିକ ଫେରାର ହୋଇଥିଲା । ସେହିଭଳି ୮ ଦିନ ତଳେ ଜଳେଶ୍ୱରର ଏକ ହୋଟେଲରେ ଦେହବେପାର ଚାଲିଥିବା ବେଲେ ପୋଲିସ ଜାଣିପାରି ଚଢାଉ କରିଥିଲେ ବି ରୂପଜୀବି ଓ ଦଲାଲ ହୋଟେଲରୁ ଚମ୍ପଟ ମାରିଥିଲେ ।

Related posts

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ଦୁଇ ପରିବାର ହାତାହାତି, ୫ ଗୁରୁତର

mahabharatanews

ବଡ଼ ଦାଣ୍ଡରେ ପ୍ରବଳ ଭିଡ଼, ଅସାଧୁ ବ୍ୟବସାୟୀଙ୍କ ଉତ୍ପାତ

mahabharatanews