ଓଡିଶା

୧୩ ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ୧୩ ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ବାରଣ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ , ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର ଓ ଜଗତସିଂହପୁର ।ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଆସିବେ, ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିସହ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା ପାଇଁ ମଧ୍ୟ କହିଛନ୍ତି ଜିଲ୍ଲାପାଳ ।

Related posts

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର  ଆହତ

mahabharatanews

ଭାରତ ବିକାଶ ପରିଷଦ ପକ୍ଷରୁ ହୋମିଓପାଥୀ ଔଷଧ ବଣ୍ଟନ

mahabharatanews

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

mahabharatanews