ଓଡିଶା

କାଲିମେଳା ବ୍ଲକରେ ୨ କରୋନା ସଂକ୍ରମିତ ଚିହ୍ନଟ, ଗ୍ରାମକୁ ସିଲ କଲା ପ୍ରଶାସନ

(ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି): କାଲିମେଳା ବ୍ଲକରେ ୨ ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି ବ୍ଳକ ସୀମାନ୍ତ ମୋଟୁ ଅଂଚଳର ଜଣେ କରୋନା ଯୋଦ୍ଧାଙ୍କର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମାନ୍ୟମକୋଣ୍ଡା ପଚାୟତର ଏମଭି ୭୫ ପାଇଁ ପଠାଯାଇଥିଲା ଶୁକ୍ରବାର ଉକ୍ତ ଯୁବକଙ୍କ ନମୁନା ପଜିଟିଭ ଆସିଥିଲା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ଆଜି କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯିବା ସହ ଗ୍ରାମକୁ ଯାଇଥିବା ଦୁଇଟି ପ୍ରବେସପଥକୁ ସିଲ କରି ଦିଆଯାଇଛି । ଏହି ସମୟରେ ମାନ୍ୟମକୋଣ୍ଡା ସରପଞ୍ଚ ହରି ଗୋଲରୀ, ପଚାୟତ ପିଇଓ ଶ୍ରୀନିବାସ ପଣ୍ଡା, ଯନ୍ତ୍ରୀ ପ୍ରବିନ ସୁରିନ ପ୍ରମୁଖ ଉପସ୍ଥିତ ରହି ବାଉଁଷ ବାଡ ଦେଇ ଗାଁ ରାସ୍ତାକୁ ସିଲ କରିଛନ୍ତି। ଏଥିସହ ଗ୍ରାମବାସିଙ୍କୁ ବାହାରକୁ ନବାହାରିବା ପାଇଁ ବାରଣ କରାଯାଇଛି ପ୍ରକାଶ ଯେ ଉକ୍ତ ଯୁବକ କାଲିମେଳା ଠାରେ ଥିବା ଜିଓ ନେଟୱାର୍କ ଅଫିସରେ କାମକରୁଥିବା ସୂଚନା ମିଳିଛି। ଏଥିସହ ମୋଟୁ ଠାରେ ବାହାରିଥିବା ଦ୍ବିତୀୟ କେସଟି ଜଣେ କରୋନ ଯୋଦ୍ଧା ହୋଇଥିବା ବୋଲି ଜଣାପଡିଛି । ସେ କିଛିଦିନତଳେ ଏକ ଗୁରୁତର ଆହତରୋଗୀଙ୍କୁ କଟକ ମେଡିକାଲ ନେଇ ସେଠାରେ କିଛିଦିନ ରହି ମୋଟୁ ଫେରିଥିଲେ ଏବଂ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଉଭୟ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ଲୋକମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । କାଲିମେଳା ବ୍ଲକର ସମସ୍ତ ଗ୍ରାମବାସି ମାନେ ଭୟଭିତ ନହେବା ସହିତ ଜରୁରି କାର୍ୟ୍ୟନଥିଲେ ବାହାରକୁ ନବାହାରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗ୍ରାମାଂଚଳରେ ଲୋକମାନେ ଭୋଜି ଭାତ କିମ୍ବା ଅଧିକ ଜନଗହଳି ନଜରି ଜିମ୍ବା ନଜଗହଳି ହେଉଥିବା ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Related posts

କମ୍ବଳ ବାଣ୍ଟି ନୂଆବର୍ଷ ପାଳିଲେ ନବରଙ୍ଗପୁର ଏସପି

mahabharatanews

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୁଭଦ୍ରା ଶକ୍ତି ମେଳା

mahabharatanews

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews