ଓଡିଶା

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

ଭୁବନେଶ୍ବର: ହଟ୍‌ସ୍ପଟ୍ ଅଞ୍ଚଳରୁ ଆସୁଥିବା ଲୋକେ ଭୁବନେଶ୍ବର ପାଇଁ ଚିନ୍ତାର କାରଣ ହୋଇଛନ୍ତି । ବସ୍ତୀ ଅଞ୍ଚଳରେ ପ୍ରତି‌‌ଷେଧକ ବ୍ୟବସ୍ଥା ସ୍ବରୂପ ସ୍ଲମ୍‌ କମିଟି ଗଠନ ହୋଇଛି। ଭୁବନେଶ୍ବରରେ ୱାର୍ଡ କମିଟିମାନେ ସକ୍ରିୟ ଅଛନ୍ତି। ବସ୍ତୀ ଅଞ୍ଚଳରେ କିପରି ସଂକ୍ରମଣ ବଢ଼ିବନି, ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଆଜି ରାଜଧାନୀରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଭୁବନେଶ୍ବରରେ ଏ ଯାବତ୍‌ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୭ ଚିକିତ୍ସାଧୀନ ଅଛନ୍ତି । ଶେଷ ୧୦ ଦିନରେ ଭୁବନେଶ୍ବରରେ ୩୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲ୍‌ ଲିଙ୍କରେ ୬୧ ପଜିଟିଭ୍ ବାହାରିଛି। ୨୧୨ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି ଓ ୩୭ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

Related posts

ଟ୍ରେନରେ କଟି ୨ ମୃତ

mahabharatanews

୩୧ରେ କେରଳ ଛୁଇଁବ ମୌସୁମୀ

mahabharatanews

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

mahabharatanews