ଓଡିଶା

୧୬ରୁ ବଢିବ ବର୍ଷା

(ଭୁବନେଶ୍ୱର) : ରାଜ୍ୟକୁ ଆସୁଛି ବଡ ବର୍ଷା । ତେବେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ବର୍ଷା ପ୍ରଭାବରେ ୧୫ ତାରିଖରୁ ଭିଜିବ ସାରା ଓଡ଼ିଶା । ସେହିପରି ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ୧୦ଟି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ ହେଉଛି ।

ସୂଚନାନୁଯାୟୀ , ୧୭ ଏବଂ ୧୮ ତାରିଖରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବ । ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ବର୍ଷା ହେବ । ଓଡ଼ିଆ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।

Related posts

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews

୨୨ ଜିଲ୍ଲାରୁ ୨୦୬ ନୁଆ ଜରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

mahabharatanews