ଓଡିଶା

୧୬ରୁ ବଢିବ ବର୍ଷା

(ଭୁବନେଶ୍ୱର) : ରାଜ୍ୟକୁ ଆସୁଛି ବଡ ବର୍ଷା । ତେବେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ବର୍ଷା ପ୍ରଭାବରେ ୧୫ ତାରିଖରୁ ଭିଜିବ ସାରା ଓଡ଼ିଶା । ସେହିପରି ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ୧୦ଟି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ ହେଉଛି ।

ସୂଚନାନୁଯାୟୀ , ୧୭ ଏବଂ ୧୮ ତାରିଖରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବ । ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ବର୍ଷା ହେବ । ଓଡ଼ିଆ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।

Related posts

ପ୍ରେମ ବିବାହର ୬ ମାସ ପରେ ମିଳିଲା ମୃତଦେହ

mahabharatanews

ଛାତ୍ରଛାତ୍ରୀ ଘରେ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚାଇଲେ ସ୍କୁଲ ବହି

mahabharatanews

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

mahabharatanews