ଓଡିଶା

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଦୀପକ ମିଶ୍ର/ ଉଦଳା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନରେ ଥିବା ଭୀମଦା ପଞ୍ଚାୟତରେ ସମସ୍ତ ୱାର୍ଡରେ ଭୀମଦା ହାଇସ୍କୁଲର ୨୦୦୧ ବ୍ୟାଚ ପିଲାମାନଙ୍କ ଦ୍ୱାରା ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ୱାର୍ଡର ଜନସାଧାରଣଙ୍କୁ କରୋନାର ଭୟାବହତା ଏବଂ ତା ର ପ୍ରତିକାର ସ୍ୱରୂପ ସମସ୍ତେ ନିଜେ ନିଜେ ସଚେତନ ରହିବାକୁ ବାର୍ତ୍ତା ଦିଆଯାଇଛି । ଏଥିସହ ସମାଜକୁ ସଚେତନତ୍ୱାର ବାର୍ତା ପହଁଚେଇବା ପାଇଁ ଆହ୍ୱାନ ଦିଆଯାଇଛି । ପଞ୍ଚାୟତରେ ବିଭିନ୍ନ ୱାର୍ଡରେ ବୁଲି ବୁଲି ସାବୁନ, ସାନିଟାଇଜର, ମାସ୍କ ଇତ୍ୟାଦି ବଣ୍ଟନ କରିଥିଲେ ୨୦୦୧ବ୍ୟାଚର ଯୁବକ ମାନେ । ୨୦୦୧ ବ୍ୟାଚର କାର୍ତିକ ମାଟିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ୟ୍ୟକ୍ରମ ପରିଚାଳନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଭୀମଦା ପଞ୍ଚାୟତର ସରପଞ୍ଚଙ୍କ ସମେତ ନୟାବ ସରପଞ୍ଚ, ସବୁ ୱାର୍ଡର ୱାର୍ଡ ମେମ୍ବର, ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏଭଳି ଏକ ନିଆରା ପ୍ରୟାସକୁ ସାଧରଣରେ ପ୍ରଶଂସା କରାଯାଉଛି ।

Related posts

କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁ ନାହାନ୍ତି ପ୍ରବାସୀ

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews