ଓଡିଶା

କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁ ନାହାନ୍ତି ପ୍ରବାସୀ

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ):କରୋନା ମହାମାରୀକୁ ନେଇ ସାରା ଦେଶ ଆତଙ୍କିତ।ତେବେ ଲୋକଙ୍କ ମୂଲ୍ୟବାନ ଜୀବନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ନିଆଯାଉଛି ବିଭିନ୍ନ ପଦକ୍ଷେପ। ସେଥିମଧ୍ୟରୁ ପ୍ରବାସୀ ରାଜ୍ୟ ବାସିନ୍ଦା ତଥା କରୋନା ଚିହ୍ନଟ ରୋଗୀ ମାନଙ୍କ ପାଇଁ କରାଯାଇଛି ପଞ୍ଚାୟତ ୱାରି କ୍ୱାରେଣ୍ଟାଇନ ବ୍ୟବସ୍ଥା। ସେଠାରେ ରହୁଥିବା ସମସ୍ତ ଅନ୍ତେବାସୀ ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଖାଦ୍ୟ ପାନୀୟ ସହିତ ଯୋଗାଇ ଦିଆଯାଉଛି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା। ବିଶେଷ ଭାବରେ କ୍ୱାରେଣ୍ଟାଇନ କେନ୍ଦ୍ରର ପ୍ରତ୍ୟେକ ଅନ୍ତେବାସୀ ମାନଙ୍କୁ ସକାଳ ଠାରୁ ରାତି ଯାଏ ବିଭିନ୍ନ ତାଲିକା ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆ ଯାଉଛି । ଏଥିପାଇଁ ଦିନ ରାତି କାମରେ ଲାଗିଛନ୍ତି ପାରାଦ୍ଵୀପଗଡର ମା ଶାରଳା ଏସ. ଏଚ.ଜି ଗ୍ରୁପ ର ମହିଳା ସଦସ୍ୟା ମାନେ। ପରିବାରକୁ ଭୁଲି କ୍ୱାରେଣ୍ଟାଇନ ଅନ୍ତେବାସୀ ଙ୍କ ପାଇଁ ତିଆରି କରିଚାଲିଛନ୍ତି ଦିନକୁ ଚାରି ଥର ଖାଦ୍ୟ। ପାରାଦ୍ୱୀପଗଡ଼ ଲକ ଥାନା ପାଖରେ ଓସଡମା କୋଠାରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟର ଅନ୍ୟ କେନ୍ଦ୍ର ଠାରୁ ଭିନ୍ନ। ଉକ୍ତ କେନ୍ଦ୍ର କୁ କୁଜଙ୍ଗ ବ୍ଲକ ର ପ୍ରବାସୀ ଙ୍କ ଉଦ୍ୟେଶରେ ନୋଡାଲ ସେଣ୍ଟର କରାଯାଇଛି। ସ୍ଥାନୀୟ ସରପଞ୍ଚ ଓ ଖାଦ୍ୟ ପରିବେଷଣ ଦାୟିତ୍ୱ ରେ ଥିବା ପାରାଦ୍ଵୀପଗଡ଼ ର ମା ଶାରଳା ଏସ.ଏଚ.ଜି ଗ୍ରୁପ ସଠିକ ଭାବରେ ଯତ୍ନ ସହକାରେ ଏ ସବୁ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରୁଥିବା ଜଣାଯାଇଛି । ଫଳରେ ଉନ୍ନତମାନର ଖାଦ୍ୟ ଦୈ÷ନିକ ଖାଇବାକୁ ମିଳୁଥିବାରୁ ଏଠାରେ ରହୁଥିବା ପ୍ରବାସୀମାନେ ଆଉ କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁନଥିବା ଜଣାପଡିଛି । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ ସେଣ୍ଟରକୁ ଏଭଳି ପରିଚାଳିତ କରୁଥିବାରୁ ଏହାର ଅନ୍ତେବାସୀମାନେ ସ୍ଥାନୀୟ ସରପଞ୍ଚ ଓ ଏସଏଚଜି ଗ୍ରୁପର ମହିଳାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Related posts

ଖୋର୍ଦ୍ଧା, ଗଞ୍ଜାମ କୈବର୍ତ୍ତ ମହାସଂଘର ବାର୍ଷିକ ସଭା

mahabharatanews

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

mahabharatanews