ଓଡିଶା

ବରୀ ବ୍ଲକର ୭ ଗାଁ କଣ୍ଟେନମେଣ୍ଟ ଜୋନ ଘୋଷିତ

ବରୀ: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବଢିବାରେ ଲାଗିଛି । ବରୀ ବ୍ଲକରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ଲକର ୭ଟି ଗାଁକୁ କଣ୍ଟେନମେଣ୍ଟ କରାଯାଇଛି । ବାଇଁଶିରିଆ ପଞ୍ଚାୟତର ବାଇଁଶିରିଆ (ଆଂଶିକ), ବାଲିଆପାଳ, ସାରଙ୍ଗପୁର, ମହମ୍ମଦପୁର ଗାଁ; ଅଟିରା ପଞ୍ଚାୟତର ଅଟିରା (ଆଂଶିକ), ଔପଦା ଗାଁ, ଉଦୟନାଥପୁର ପଞ୍ଚାୟତର ଉଦୟନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୧୬ତାରିଖ ରାତି ୮ଟା ପର୍ୟ୍ୟନ୍ତ ଜାରି ରହିବ କଣ୍ଟେନମେର୍ଟ ଜୋନ ପାଇଁ ଲାଗୁହେଉଥିବା କଟକଣା। ଏହି ସମୟ ମଧ୍ୟରେ କେହି ବାହାରକୁ କଣ୍ଟେନମେଣ୍ଟ ଅଞ୍ଚଳରୁ ବାହାରକୁ ଯାଇ ପାରିବେ ନାହିଁ କି କେହି ବାହାର ଲୋକ ମଧ୍ୟ ଏହି ଅଞ୍ଚଳକୁ ଆସି ପାରିବେ ନାହିଁ । ଏହା ସହ ସେଠାରେ ଦୋକାନ ବଜାର ବନ୍ଦ ରହିବା ସହ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଜୋନ ମଧ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ଏହି କଣ୍ଟେନମେଣ୍ଟ ଜୋନର ତଦାରଖ ପାଇଁ ୩ ଜଣ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

Related posts

ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

mahabharatanews

ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ, ସାରା ରାଜ୍ୟରେ ଘଡଘଡି ସହ ବର୍ଷା

mahabharatanews

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

mahabharatanews