ଅପରାଧ

୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲା, ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

(ଜୟପୁର): ରାଜସ୍ଥାନର ଜୟପୁରରେ ୧୧ ବର୍ଷ ତଳେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ମାମଲାରେ ଜୟପୁରର ସ୍ୱତନ୍ତ୍ର କୋର୍ଟ ବୁଧବାର ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏମାନେ ହେଲେ ଶାହାବାଜ ହୁସେନ, ମହମ୍ମଦ ସୈଫ, ମହମ୍ମଦ ସରୱର ଆଜମୀ, ସୈଫୁରେହମାନ ଏବଂ ସଲମାନ । ସ୍ୱତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର ଶର୍ମା ଏହି ମାମଲାର ଶୁଣାଣି କରିଛନ୍ତି । ତାଙ୍କ ପୂର୍ବରୁ ୭ ଜଣ ବିଚାରପତି ଏହି ମାମଲାର ଶୁଣାଣି କରିସାରିଛନ୍ତି । ଏହି ବିସ୍ଫୋରଣରେ ସାମିଲ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୋଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିପାରି ନାହିଁ । ଅନ୍ୟପଟେ ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୋଲିସ ବାଟଲା ହାଉସ ଏନକାଉଣ୍ଟରରେ ମାରି ଦେଇଥିଲା । ଉଲ୍ଲେଖଯୋଗ୍ୟ, ୨୦୦୮ ମେ ୧୩ ତାରିଖରେ ଜୟପୁରରେ ୮ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୬ ଜଣ ଆହତ ହୋଇଥିଲେ । ମାତ୍ର ୧୫ ମିନିଟ ମଧ୍ୟରେ ୮ଟି ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଏଟିଏସ ପକ୍ଷରୁ ୧୧ ଜଣଙ୍କ ନାମରେ ଏତାଲା ଦିଆଯାଇଥିଲା । କୋର୍ଟ ସମୁଦାୟ ୧୨୯୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିଥିଲା ।

Related posts

ସ୍ପଷ୍ଟ ହେଉନି ବୈବାହିକ ବଳାତ୍କାର ଅପରାଧ ନାଁ ଅପରାଧ ନୁହେଁ ?

mahabharatanews

ପେଟ୍ରୋଲିଂ ବେଳେ ଧରାପଡିଲା ଗଞ୍ଜେଇ; ଦୁଇ ଗିରଫ

mahabharatanews

ଭିଜିଲାନ୍ସ ଜାଲରେ ସିଡିପିଓ

mahabharatanews

Leave a Comment