Uncategorized

୨୪ ଘଣ୍ଟାରେ ଇଟାଲୀରେ ୨୮ ଜଣଙ୍କ ମୃତ୍ୟୁ

(ରୋମ): ଚୀନରେ ଭୟଙ୍କର କୋରୋନା ଭୂତାଣୁ ବ୍ୟାପିବା ପରେ ଏବେ ଇଟାଲୀକୁ ବ୍ୟାପିଛି । ଏଠାରେ ଏବେ ଲୋକେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ଦେଶରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ପାର କରିଛି । ଇଟାଲୀରେ ଏହି ଭୟଙ୍କର ଭାଇରସ ଏଯାଏ ୧୦୭ ଜଣଙ୍କ ମୁଣ୍ଡ ନେଇଛି । ୟୁରୋପର କୌଣସି ଦେଶରେ କୋରୋନା ଏଭଳି ଭାବେ ଆତଙ୍କ ଖେଳାଇବା ପ୍ରଥମ ଘଟଣା । ତେବେ ଚୀନ ପରେ ଇରାନରେ ଏହି ଭାଇରସ ଆତଙ୍କ ଖେଳାଇଥିଲା । ଇରାନରେ ଏଯାଏ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଇରାନା ପରେ ଇଟାଲୀରେ କରୋନା ନିଜର କାୟା ବିସ୍ତାର କରିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦୦ ପାର କରିଥିବାରୁ ସରକାରୀ ସ୍ତରରେ ଏହାକୁ ମୁକାବିଲା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବୁଧବାର ଠାରୁ ଇଟାଲୀରେ ସମସ୍ତ ସ୍କୁଲ ଓ ୟୁନିଭର୍ସିଟିଗୁଡିକୁ ସରକାର ଛୁଟି ଘୋଷଣା କରିଛନ୍ତି । କୋରୋନା ମୁକାବିଲା ପାଇଁ ସରକାର ଏକାଧିକ ଜରୁରୀ କାଳୀନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଏଠାରେ ଆଉ ୨୮ ଜଣ ଲୋକ ପ୍ରାଣ ହରାଇଥିବା ଇଟାଲୀର ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Related posts

ସାହିନ ବାଗ ଧମକ ଘଟଣା: ମାଲିକକୁ ପୁଲିସର ପଚରାଉଚରା

mahabharatanews

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews