ଓଡିଶା

୨୪ ଘଣ୍ଟାରେ ବାହାରିଲେ ଆଉ ୨୭୫୨

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ଆଉ ୨୭୫୨ ବୃଦ୍ଧିପାଇଛି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୩୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭୦୮ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୦୪୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩, ବାଲେଶ୍ୱର ଜିଲ୍ଲାରୁ ୧୨୯, ବରଗଡ ଜିଲ୍ଲାରୁ ୨୮, ଭଦ୍ରକ ଜିଲ୍ଲାରୁ ୫୮,, ବଲାଙ୍ଗୀର ଜିଲ୍ଲାରୁ ୧୪, ବୌଦ୍ଧ ଜିଲ୍ଲାରୁ ୧୧, କଟକ ଜିଲ୍ଲାରୁ ୨୪୭, ଦେଓଗଡ ଜିଲ୍ଲାରୁ ୬, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୬୦, ଗଞ୍ଜାମ ଜିଲ୍ଲାରୁ ୨୧୨, ଜଗତସିଂହପୁର ଜିଲ୍ଲାରୁ ୧୦୧, ଯାଜପୁର ଜିଲ୍ଲାରୁ ୨୧୭, ଝାରସୁଗୁଡ଼ା ଜିଲ୍ଲାରୁ ୧୫, କଳାହାଣ୍ଡି ଜିଲ୍ଲାରୁ ୧୬, କନ୍ଧମାଳ ଜିଲ୍ଲାରୁ ୯୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୭, କେନ୍ଦୁଝର ଜିଲ୍ଲାରୁ ୨୮, ଖୋର୍ଦ୍ଧା ଜିଲ୍ଲାରୁ ୪୨୩, କୋରାପୁଟ ଜିଲ୍ଲାରୁ ୧୭୪, ମାଲକାନଗିରି ଜିଲ୍ଲାରୁ ୧୦୧, ମୟୁରଭଞ୍ଜ ଜିଲ୍ଲାରୁ ୧୩୭, ନବରଙ୍ଗପୁର ଜିଲ୍ଲାରୁ ୨୭, ନୟାଗଡ ଜିଲ୍ଲାରୁ ୧୦୩, ନୂଆପଡ଼ା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୧୪୪, ରାୟଗଡ଼ା ଜିଲ୍ଲାରୁ ୧୭୭, ସମ୍ବଲପୁର ଜିଲ୍ଲାରୁ ୫୫, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୪୪ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୪୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୮୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୬୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୨୧୯୫୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

ଖେଳିବାକୁ ଯାଇ ୨ ଛାତ୍ର ନିଖୋଜ, ଅପହରଣ ମାମଲା ରୁଜୁ

mahabharatanews

ଡିଜିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ

mahabharatanews

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

mahabharatanews