ଓଡିଶା

+୨ ବାକିଆ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: କରୋନାକୁ ନେଇ ସ୍ନାତକ ଓ ସ୍ନାତକୋତ୍ତର ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଛି। ଏପରି ସ୍ଥିତିରେ ଯୁକ୍ତ ଦୁଇ ପାଠ୍ୟକ୍ରମର ଅବଶିଷ୍ଟ ପରୀକ୍ଷା କରାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବହୁ ପରୀକ୍ଷାରେ କ୍ବାରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି । ତେଣୁ ତାହାର ବିକଳ୍ପ ପରୀକ୍ଷା କେନ୍ଦ୍ର ଖୋଜିବା କାର୍ୟ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ଚିହ୍ନଟ ପରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା ଚାଲିଛି। ଅପରପକ୍ଷେ ପରିଷଦ କେବେ ପରୀକ୍ଷା କରିବ ସେନେଇ ଘୋଷଣା କରୁ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାପ୍ରକଟ କରିଛନ୍ତି।
ରାଜ୍ୟରେ ଚଳିତ ବର୍ଷ ମୋଟ ୧୧୪୨ଟି ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷା ଚାଲିଥିଲା । କିନ୍ତୁ କରୋନା ପାଇଁ ୩ଟି ଯାକ ବିଭାଗର ୨୪ଟି ବିଷୟର ୩୩ଟି ପେପର ପରୀକ୍ଷା ହୋଇପାରି ନ ଥିଲା। ଏହା ବ୍ୟତୀତ ଧନ୍ଦାମୂଳକ ପାଠ୍ୟକ୍ରମର ମଧ୍ୟ କିଛି ବିଷୟର ପରୀକ୍ଷା ହୋଇନି । ପରୀକ୍ଷା ହେଲେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅଧିକ ଶ୍ରେଣୀଗୃହ ଦରକାର। ମୁଖ୍ୟତଃ ଅର୍ଥଶାସ୍ତ୍ର ବିଷୟରେ ସର୍ବାଧିକ ୧ ଲକ୍ଷ ୨୦ ହଜାର ଓ ବାୟୋଲୋଜିରେ ୮୦ ହଜାର , ଅନ୍ୟ ବିଷୟରେ ୨୦-୫୦ ହଜାର ମଧ୍ୟରେ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଅର୍ଥଶାସ୍ତ୍ର ଓ ବାୟୋଲୋଜି ପରୀକ୍ଷା କରିବା ପରିଷଦ ପାଇଁ ବଡ଼ ଆହ୍ବାନ ପାଲଟିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଆମେ ସାମାଜିକ ଦୂରତା ବଜାୟ ରଖି ଯୁକ୍ତ ଦୁଇ ପରୀକ୍ଷା କରିବାକୁ ଯୋଜନା କରୁଛୁ। ସବୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପରୀକ୍ଷା ସମ୍ବନ୍ଧରେ ଆଗାମୀ ପଦକ୍ଷେପ ନିଆଯିବ।

Related posts

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

mahabharatanews

୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ

mahabharatanews

ଆସୁଛନ୍ତି ମା’ ଦକ୍ଷିଣକାଳୀ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭୂମିକା

mahabharatanews