ନୂଆଦିଲ୍ଲୀ: ସିବିଏସଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛି । ଦ୍ୱାଦଶ ପରୀକ୍ଷାର ମାର୍କସିଟ୍ ପ୍ରସ୍ତୁତ ପାଇଁ ଗଠିତ ୧୩ ଜଣିଆ କମିଟି ଦ୍ୱାରା ରିପୋର୍ଟ ପ୍ରସ୍ତୁତ ହୋଇଛି । କୋର୍ଟଙ୍କୁ ବୋର୍ଡ ଜଣାଇଛି କି, ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି ବୋର୍ଡ ରେଜଲ୍ଟକୁ ଭିତ୍ତି କରି ଦ୍ୱାଦଶର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ୩୦-୩୦-୪୦ ପ୍ରତିଶତ ଆଧ।।ରରେ ମୂଲ୍ୟାୟନ ହେବ । ୩୧ ଜୁଲାଇରେ ପରୀକ୍ଷାଫଳ ପ୍ରକାଶ ପାଇବ ଓ ଯେଉଁମାନେ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବେ ପରେ ଚାହିଁଲେ ପରୀକ୍ଷା ଦେଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣିଂ ଜେନେରାଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ଦଶମ ନମ୍ବରରୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଓ ଦ୍ୱାଦଶ ନମ୍ବରର ୪୦ ପ୍ରତିଶତ ହିସାବକୁ ନେଇ ରେଜଲ୍ଟ ପ୍ରକାଶ ପାଇବ । ସୁପ୍ରିମକୋର୍ଟରେ ସିବିଏସଇ ଆହୁରି ମଧ୍ୟ କହିଛି ଯେ, ରେଜଲ୍ଟ ପାଇଁ ଗଠିତ ସମିତି ପରୀକ୍ଷାର ବିଶ୍ୱସନୀୟତା ଆଧାରରେ ନିଷ୍ପତ୍ତି ନେଇଛି । ସ୍କୁଲକୁ ପ୍ରିବୋର୍ଡ ପରୀକ୍ଷାର ନମ୍ବର ପ୍ରଦାନ କରିବାକୁ ହେବ। ସିବିଏସଇ ଦ୍ୱାରା ପରିଚାଳିତ ହଜାରରୁ ଅଧିକ ସ୍କୁଲରୁ ପ୍ରତ୍ୟକ ପାଇଁ ପରିଣାମ ସମିତି ଗଠନ କରାଯିବ । ସ୍କୁଲର ୨ ବରିଷ୍ଠ ଶିକ୍ଷକ ଓ ପଡୋଶୀ ସ୍କୁଲର ଜଣେ ମଡରେସନ୍ କମିଟି ଭାବେ କାର୍ୟ୍ୟ କରିବେ । ଯେପରି ସ୍କୁଲ ଅଧିକ ମାର୍କ ବା ବଢାଇ ଚଢାଇ ମାର୍କ ନଦିଏ ତା ଉପରେ ନଜର ରଖାଯିବ । ଏହି କମିଟି ଛାତ୍ରଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ମୂଲ୍ୟାୟନ କରିବ ।
previous post
next post
