Uncategorized

୩୧ ଯାଏ ଡବା ଯୋଗାଇବେନି ଡବାବାଲା

(ମୁମ୍ବାଇ): କରୋନା ସଂକ୍ରମଣରେ ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟରେ ଅପରାହ୍ନ ସୁଦ୍ଧା ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଡବାବାଲା ସଂଘ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡବା ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛିି । ସହରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଖରେ ଡବାବାଲା ଖାଦ୍ୟ ଡବା ପହଞ୍ଚାଇଥାନ୍ତି । କିନ୍ତୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁମ୍ବାଇର ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହୁଥିବାରୁ ଏହି ଡବାବାଲାମାନେ ମଧ୍ୟ ଏହି ସମୟ ଡବା ଖାଦ୍ୟ ଯୋଗାଣ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁମ୍ବାଇ ଡବାବାଲା ସଂଘର ମୁଖ୍ୟ ଶୁଭାଶ ତାଲେକର ସୂଚନା ଦେଇଛନ୍ତି । ସମଗ୍ର ଦେଶରେ କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଥିପାଇଁ ରାଜ୍ୟ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ, ସପିଂ ମଲ, ସୁଇମିଂ ପୁଲ, ସିନେମା ହଲ, ଘରୋଇ ଅଫିସ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାର୍ଚ୍ଚ ୩୧ ଯାଏ ଜନସମାଗମକୁ ଏଡାଇବା ପାଇଁ ବିଭିନ୍ନ ସଭା ସମିତି, ବ୍ରତ, ବିବାହ ଓ ଅନ୍ୟାନ୍ୟ କାର୍ଯକ୍ରମଗୁଡିକର ଆୟୋଜନ ଉପରେ ରୋକ ଲଗାଯାଇଛି । ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବସ୍ଥଳୀଗୁଡିକୁ ବନ୍ଦ ରଖାଯାଇଛି ।

Related posts

ଭୁଲ ଟ୍ୱିଟ କରି ସିନ୍ଧିଆ ହେଲେ ଟ୍ରୋଲ

mahabharatanews

ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ

mahabharatanews

ରାଜ୍ୟସଭା ନିର୍ବାଚନ: ଭୋଟ ଅଧିକାର ସୁରକ୍ଷିତ ରଖିବାକୁ କଂଗ୍ରେସ ବିଧାୟକ କୋର୍ଟଙ୍କ ଦ୍ୱାରସ୍ଥ

mahabharatanews