ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ଏହାକୁ କଡାକଡି ପାଳନ କରାଯାଉଛି । ଶୁକ୍ରବାର ତୃତୀୟ ଦିନରେ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ମୋଟ ୩୨୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍ଡାଉନ୍ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ୩୦୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ହୋମ କ୍ୱାରେଣ୍ଟି ନିୟମ ଉଲଙ୍ଘନ ୧୫ ଜଣଙ୍କ ଏବଂ କରୋନା ଭାଇରସକୁ ନେଇ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।
previous post