ଓଡିଶା

କୃଷକ ସଶକ୍ତିକରଣ କୁ ନେଇ ବାରକୋଟ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

ସମ୍ବଲପୁର ରିଜନାଲ ମ୍ୟାନେଜର ଙ୍କ ଆହ୍ୱାନ କ୍ରମେ ଆଜି ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ତିନଟି ସେଣ୍ଟ୍ରାଲ ବ୍ୟାଙ୍କର  ସ୍ୱୟଂ ସହାୟକ ଗୋଷ୍ଠୀ କୁ ନେଇ ଆଜି ଅପରାହ୍ନ ସମୟରେ ବାରକୋଟ ବ୍ଲକ ବାସୁପାଲି ଶିବ ମନ୍ଦିର ଖେଳ ପଡିଆ ଠାରେ ସୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ କୃଷକ ସଶକ୍ତି କରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବ୍ଲକର ତିନି ବ୍ୟାଙ୍କର ବ୍ୟାଙ୍କ ମ୍ୟାନେଜର ତଥା ସମସ୍ତ କର୍ମୀଙ୍କ ସହଯୋଗେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ସେଣ୍ଟ୍ରାଲ ବ୍ୟାଙ୍କ ରିଜନାଲ ମ୍ୟାନେଜର ସମ୍ବଲପୁର ଡିଭେନ୍ଦୁ କୁମାର, ଚିପ ମ୍ୟାନେଜର ନିଧି ଶର୍ମା, ମିଶନ ଶକ୍ତି ଜିଲ୍ଲା ପ୍ରୋଜେକ୍ଟ ସଂଯଜକ ଶିଶିର ଷଡ଼ଙ୍ଗୀ, ବାରକୋଟ ସେଣ୍ଟ୍ରାଲ ବ୍ୟାଙ୍କ ଫିଲଡ ମ୍ୟାନେଜର ଅଖିଳ ଦାସ ଉପସ୍ଥିତ ରହି, ଗୋଷ୍ଠୀ ମହିଳାଙ୍କ ସହ ବିଭିନ୍ନ ଯୋଜନା ତଥା ସ୍ୱାବଲମ୍ବୀ ହେବା ବିଷୟରେ ଆଲଚନା କରିଥିଲେ ଏବଂ ବାରକୋଟ ବ୍ଲକର 30 ଟି ସୟଂ ସହାୟକ ଗୋଷ୍ଠୀକୁ  6 କୋଟି ଟଙ୍କାର ଋଣର ସାକ୍ସନ ଲେଟର ଦେଇଥିଲେ। ଏହି ସଭାରେ ଗୋଷ୍ଠୀ ମହିଳା ମାନେ ଋଣ ନେଇ ସ୍ୱାବଲମ୍ବୀ ହୋଇଥିବା ବିଭିନ୍ନ ପ୍ରକାର 20ରୁ ଅଧିକ ଷ୍ଟୋଲ ଲଗେଇଥିବାର ଦୃଶ୍ୟ ଦେଖାଯାଇଥିଲା।

Related posts

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ

mahabharatanews

ପରଜଙ୍ଗ ବୃନ୍ଦାବନପୁର ଗାଁରେ କାଳ ବୈଶାଖୀର ତାଣ୍ଡବ…

mahabharatanews

ସମସ୍ୟା ଘେରରେ ବ୍ରିଟିଶ ଅମଳର “ସିଂଲା ଥାନା

mahabharatanews