ଓଡିଶା

୯୦ତମ ଶିବଜୟନ୍ତି ଉତ୍ସବ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ  ପ୍ରଜା ପିତା ବ୍ରହ୍ମ କୁମାରୀ ଆଶ୍ରମ ରେ ୯୦ତମ ଶିବ ଜୟନ୍ତି ବଇଣ୍ଡା ସେବାକେନ୍ଦ୍ରରେ ପାଳିତ ହୋଇ ଅଛି ଏଥିରେ ବଇଣ୍ଡା ସଞ୍ଚାଳିକା ବିକେ ବିନୋଦିନି ଭଉଣୀଙ୍କ ତତ୍ବାବଧାନରେ ଏହି ପ୍ରୋଗ୍ରାମ ଟିକୁ ସୂଚାରୁ ରୁପେ ପାଳନ କରାଗଲା। ଏଥିରେ ହଣ୍ଡପା ଥାନା  ଆଇଆଇସି ଏବଂ ବଇଣ୍ଡା ପୋଲିସ ଫାଣ୍ଡି ଅଧିକାରୀ ଓ  ଅନୁଗୋଳ ଜିଲ୍ଲାର ଜିଲ୍ଲାପରିଷଦ ଚେୟାରମ୍ୟାନ ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ଆମକୁ ଉତ୍ସାହିତ କରିଥିଲେ ।

ତା ସହିତ ପାଖପାଖି ଅଞ୍ଚଳର ବହୁ ସଂଖ୍ୟାର ପରମାତ୍ମଙ୍କ ସନ୍ତାନ ଯୋଗଦାନ କରୁଥିଲେ । ତା ସହିତ ବିକେ କାନ୍ତି ଭଉଣୀ, ବିକେ ସରିତା ଭଉଣୀ , ବିକେ ରମେଶ ଭାଇ, ବିକେ ବାଇଧର ଭାଇ ଆଜିର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏଥିରେ ପ୍ରାୟ ୧୦୦୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରି ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ସେବନ କରାଇଥିଲେ।

Related posts

ଆସନ୍ତା କାଲି ଚନ୍ଦ୍ରଗ୍ରହଣରେ ଏହି ରାଶି ରୁହନ୍ତୁ ସାବଧାନ ।

mahabharatanews

ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ

mahabharatanews

ମହୁଲ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

mahabharatanews