ଓଡିଶା

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏଥିନେଇ ପ୍ରବାସୀ ଓଡିଆଙ୍କୁ ପ୍ରଥମେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଚାଲିଛି ଜୋର ସୋର ପଞ୍ଜିକରଣ । ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ୮୦୮୧ ଜଣ ଅନ୍ଲାଇନ୍ରେ ପଞ୍ଜିକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ୟ୍ୟାଳୟରେ ଥିବା କୋଭିଡ୍ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକେ ପଞ୍ଜୀକରଣ କରିବାକୁ ଆମର ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏଥିସହ ଜିଲ୍ଲାରେ ନିଜର ପଞ୍ଚାୟତ ଓ ବ୍ଲକ କାର୍ୟ୍ୟାଳୟ, ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ପକ୍ଷରୁ ଅଫ୍ଲାଇନ୍ରେ ମଧ୍ୟ ଗଞ୍ଜାମକୁ ଫେରିବାକୁ ଥିବା ଲୋକଙ୍କ ପଞ୍ଜିକରଣ ଚାଲିଛି । ପ୍ରବାସୀ ଓଡିଆଙ୍କ ପରିବାର ସଦସ୍ୟଙ୍କ ଜରିଆରେ ଏହି ଅଫଲାଇନ ପଞ୍ଜିକରଣ କରାଯାଉଛି ।

ସୂଚନା ଯୋଗ୍ୟ, ଲକ୍ଡାଉନ୍ ପରେ ପଞ୍ଜିକରଣ କରିଥିବା ଲୋକ ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଫେରିବା ପରେ ଏମାନଙ୍କୁ ୧୪ ଦିନ ସରକାରୀ କ୍ୱାରାଣ୍ଟାଇନ୍ରେ ରଖାଯିବ ବୋଲି ସୂଚନା ମିଳିଛି। ଏହା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିନ ରାତି ଏକ କରି କରୋନା ମୁକାବିଲା ପାଇଁ ସମସ୍ତ ପ୍ରତିଶେଧକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Related posts

ଅବକାରୀ ବିଭାଗର ଚଢଉ, ୩ ଗାଡି ସିହତ୧୫୦କ୍ୱିଟାଂଲ ମହୁଲ ଜବତ

mahabharatanews

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା

mahabharatanews