ଓଡିଶା

୩ ଦିନ ଧରି ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ବର: କୋଭିଡ୍ କଟକଣାରେ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଆସନ୍ତା ୨୯ ତାରିଖରେ ଶୀତ ଅଧିବେଶନ ନେଇ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ତେବେ ଅଧିବେଶନ ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ ହେବ । ୩ ଦିନ ଧରି ବିଧାୟକଙ୍କ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତା ଅଧିବେଶନ ପାଇଁ କିଛି ନୂଆ ନିୟମ ହୋଇଛି । ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ କାଳରେ ଗୃହରେ ଯେମିତି କୌଣସି ହୋ ହାଲ୍ଲା ନ ହୁଏ ତାକୁ ଦୃଷ୍ଟି ଦିଆଯିବ । ସିମଲାରେ ଅନୁଷ୍ଠିତ ହୋଇଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ଏହିନିଷ୍ପତ୍ତି ନିଆଯାଇଛି । ସର୍ବଦଳୀୟ ବୈଠକରେ ସମସ୍ତ ଦଳକୁ ଏ ନେଇ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।
ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ କାଳୀନ ଅଧିବେଶନ । ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ୟ୍ୟ ଦିବସ ରହିଛି । ଅଧିବେଶନରେ ୫ଟି ଛୁଟି ରହିଛି।

 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews

ରୋମାନ୍ସ ମୁଡ଼କୁ ଆଣିବା ଟିପ୍ସ

mahabharatanews

ଶ୍ରୀକ୍ଷେତ୍ରର ୫ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରଂଭ

mahabharatanews