ବିଶ୍ୱ

ବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀ

ବୁଲଗେରି: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ବସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ନିଆଁରେ ଜଳିଗଣେ ୪୫ ଯାତ୍ରୀ । ପଶ୍ଚିମ ବୁଲଗେରିଆର ଉତ୍ତର ମାକେଡୋନିଆର ପ୍ଲେଟ ଯାଉଥିବା ଏକ ବସ୍ରେ ନିଆଁ ଲାଗି ଏହି ଅଘଟଣ ଘଟିଛି ।। ଅଗ୍ନିଶମ ବିଭାଗର ମୁଖ୍ୟ ନିକୋଲାଇ ନିକୋଲୋଭ ଏନେଇ ସୂଚନା ଦେଇଛନ୍ତି । ୪୫ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା ସୂଚନା ।
ସୂଚନା ମୁତାବକ, ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନ୍ୟୁନ ୪୫ ଜଣଙ୍କର ମୃତ୍ୟୁ ହୋଇଛି । । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳକୁ ବନ୍ଦ କରିଦିଆଯାଇଛି । ଟ୍ରେନ୍ ଗୁଡିକୁ ଅନ୍ୟ ଏକ ମାର୍ଗକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ମାକେଡୋନିଆର ଥିବ।। ଜଣାପଡିଛି । ।

 

Related posts

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା

mahabharatanews

ଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

mahabharatanews