ଫୁଲବାଣୀ: ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ପଡିଛନ୍ତି ଫୁଲବାଣୀର ଜଣେ ବରିଷ୍ଠ କିରାଣୀ । ଏହି କିରାଣୀ ଜଣକ ହେଲେ ଫୁଲବାଣୀ ଟ୍ରେଜେରୀର ବରିଷ୍ଠ କିରଣୀ ଅରୁପ କୁମାର ମିଶ୍ର । ସେ ୩ ହଜାର ଟଙ୍କା ନେଉଥିôବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ରେଡ ହ୍ୟାଣ୍ଡେଡ ଗିରଫ କରିଛି ।
ଫୁଲବାଣୀ ମତ୍ସ୍ୟ ସମ୍ପଦ ବିଭାଗର ଅବସରପ୍ରାପ୍ତ ଫିସରୀ ଅଫିସର ପ୍ରମୋଦ କୁମାର ପାଣିଗ୍ରାହୀ ଅବସର ନେବା ପରେ ଟ୍ରେଜେରୀରୁ ତାଙ୍କ ଏରିଅର ବିଲ କ୍ଲିୟର କରିବାକୁ ଟ୍ରେଜେରୀକୁ ଯାଇଥିଲେ । ସେଠାରେ କିରାଣୀ ମିଶ୍ର ତାଙ୍କ କରିବାକୁ ୩ ହଜାର ଟଙ୍କା ଉକ୍ରଚ ଦାବି କରିଥିଲେ । ଟଙ୍କା ନ ଦେଲେ ତାଙ୍କ କାମ ହୋଇପାରିବ ନାହିଁ ବୋଲି ମଧ୍ୟ ଖୋଲିଖୋଲି କହିଥିଲେ । ଏହାକୁ ନେଇ ପାଣିଗ୍ରାହୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ପାଣିଗ୍ରାହୀ ଉକ୍ରଚ ଟଙ୍କା ନେଇ ମିଶ୍ରଙ୍କୁ ଦେଇଥିଲେ । ମିଶ୍ର ଟଙ୍କା ନେଉଥିôବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିôବା ବ୍ରହ୍ମପୁର ଭିଜିଲାନ୍ସର ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ । ତାଙ୍କ ହାତକୁ ପାଣିରେ ବୁଡାଇବାରୁ ଟଙ୍କାରେ ଲାଗିଥିବା ରାସାୟାନ ବଳରେ ପାଣି ନାଲି ହୋଇଯାଇଥିଲା । ଭିଜିଲାନ୍ସ ଅଧିକାରୀ ଲାଞ୍ଚ ୩ହଜାର ଟଙ୍କା ଜବତ କରିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଭିଜିଲାନ୍ସ ପକ୍ଷରୁ ମିଶ୍ରଙ୍କ ଫୁଲବାଣୀ ଟ୍ରେଜେରୀ ଅଫିସ ସମେତ ତାଙ୍କ ବାସଗୃହ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଉଛି ।
previous post
next post
