ଓଡିଶା

ବଗଲା ଧର୍ମଶାଳା ଜମି ବିକ୍ରୀ ପ୍ରତିବାଦରେ ପୁରୀ ବିଜେପିର ଧାରଣା

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମିକୁ ୬ ଜଣ ଲଜ ମାଲିକଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରିି ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦ୍ଦେଶ୍ୟରେ ଧର୍ମଶାଳା ପ୍ରକଳ୍ପ କାର୍ୟ୍ୟ କରିବାକୁ ବିଜେପି ଦାବି କରିଛି। ଜିଲ୍ଲା ପ୍ରଶାସନ ଷଡ଼ଯନ୍ତ୍ର କରି ଜମିକୁ ଲଜ ମାଲିକଙ୍କୁ ବିକ୍ରି କରିଥିବା ବିଜେପି ଅଭିଯୋଗ କରିଛି । ସୂଚନା ଅନୁଯାୟୀ, ବଗଲା ଧର୍ମଶାଳା ସ୍ଥାନରେ ପ୍ରସାଦ ଯୋଜନାରେ ୧୮ କୋଟି ଟଙ୍କାର ଧର୍ମାଶାଳା ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିକ୍ରି କରି ଦିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉଚ୍ଛେଦ ବେଳେ ବିସ୍ଥାପିତ ହୋଇଥିବା ଲଜ ମାଲିକମାନଙ୍କୁ ଏହି ଜମିକୁ ବ୍ୟବସାୟୀକ ଭିତିରେ ବିକ୍ରୀ କରାଯିବାକୁ ନେଇ ହାଇକୋର୍ଟରେ ମାମଲା ରହିଛି । ଏହି ଜମିକୁ ବିସ୍ଥାପିତ ଲଜ ମାଲିକଙ୍କୁ ବିକ୍ରୀ କରାଯିବାକୁ ନେଇ ଆରମ୍ଭ ହୋଇଛି ବିବାଦ।

Related posts

ପାରିବାରିକ କଳହରୁ ହତ୍ୟାକାଣ୍ଡ

mahabharatanews

ଜଳେଶ୍ୱରରେ ଦୋକାନ ବଜାର ଖୋଲା, ଉତ୍ତର ବାଲେଶ୍ୱରରେ ବନ୍ଦକୁ ମିଳିଲାନି ସମର୍ଥନ

mahabharatanews

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews