ଓଡିଶା

୪୦ଲିଟର ଆସ୍କା ଫର୍ଟି ସହ ୨ସ୍କୁଟି,୧୭ ହଜାର ଟଙ୍କା ଜବତ

ଜୟନ୍ତ ସେଠୀ/ ଗୋପ: ବିଶ୍ବ ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବାବେଳେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଗତ ୨୪ ତାରିଖରୁ ଜାରି ଲକଡାଉନକୁ ଆଉ ୨୧ ଦିନ ବଢାଇ ଦିଆଯାଇଛି । ଏପରି ସମୟରେ ମାସ୍କ ପରିଧାନ, ସାବୁନ୍ ଲଗାଇ ହାତ ଧୋଇବା, ଘରେ ସୁରକ୍ଷିତ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି । ଏପରି ସମୟରେ ସମସ୍ତ ମଦ ଦୋକାନକୁ ବନ୍ଦ କରି ଦିଆଯାଇଛି । ମଦ ଦୋକାନ ବନ୍ଦ ଥିବାରୁ ମଦ୍ୟପଙ୍କ ଅବସ୍ଥା ଘାଇଲା ହୋଇଯାଇଛି । ତେଣୁ ମଦ୍ୟପଙ୍କୁ ଲୁଟିବା ଲକ୍ଷ୍ୟରେ କିଛି ଅସାମାଜିକ ବ୍ୟକ୍ତି ବିଶେଷ ବିଶ୍ୱର ଏହି ଘଡିସନ୍ଧୀ ମୁହୂର୍ତ୍ତରେ ପିପିଲି ଅଞ୍ଚଳରେ ଚୋରାରେ ବେଧକ ମଦ ବିକ୍ରି ହେଉଥିବା ବେଳେ ପୁଲିସ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ଏକ ୨ଟି ସ୍କୁଟି, ନଗତ ୧୭ ହଜାର ଟଙ୍କା ଜବତ କରିବା ସହ ଜଣକୁ ଗିରଫ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋରଧରିଛି ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଥାନା ଅଧୀନରେ ହେଉଥିବା ଚୋରା ମଦ କାରବାରକୁ ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଚଢାଉ କରିଛି । ଚଢାଉରେ ପୁଲିସକୁ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରିବା ସହ ୨ଟି ସ୍କୁଟି ଓ ନଗତ ୧୭ ହଜାର ଟଙ୍କା ଜବତ କରିଛି । ଏହି ମାମଲାରେ ପିପିଲି ପୁଲିସ ବେଆଇନ ମଦ ବେପାରୀ ଶିବ ଓରଫ ଧଡିଆ ବେହେରାକୁ ଗିରଫ କରିଛି । ପିପିଲି ଆଇଆଇସି ଶରତ ସାହୁଙ୍କ ନେତୁତ୍ବରେ ଏହି ଚଢ଼ାଉ ହୋଇଥିଲା । ଲକଡାଉନ କାରଣରୁ ମଦ ଦୋକାନ ବନ୍ଦ ଥିବାରୁ ମଦ୍ୟପମାନେ ଏହି ବେପାରୀଠାରୁ ମଦ କିଣୁଥିବା ବେଳେ ବେପାରୀ ମନଇଛା ଟଙ୍କା ଆଦାୟ କରୁଛି ।

Related posts

ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା 

mahabharatanews

ଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫ

mahabharatanews

ଛିଣ୍ଡିଲା ତାଳଧ୍ଵଜର ଦଉଡି, ଆହତ ହେଲେ ଶ୍ରଦ୍ଧାଳୁ

mahabharatanews