ଓଡିଶା

ଅସ୍ଥାୟୀ ଶିବିର କରି ଗାଡି ଯାଞ୍ଚ୍ କରୁଛି ପୁଲିସ

ଜୟନ୍ତ ସେଠୀ/ ଗୋପ: ବିଶ୍ବ ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି । ଜରୁରୀ କାର୍ୟ୍ୟ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ହେଲେ କେତକ ଅମାନିଆ ଲୋକ ଏହାକୁ ବେଖାତିରକରି ଗାଡି ଧରି ଚକ୍କର କାଟୁଛନ୍ତି । ଏପରିକି ବିଭିନ୍ନ ୪ଚକିଆ ଯାନ ମଧ୍ୟ ବିନା କାର୍ୟ୍ୟରେ ଯାତାୟତ କରୁଛି । ଏହାକୁ ରୋକିବା ପାଇଁ ଗୋପ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଗୋପ ମୁଖ୍ୟ ବଜାରରେ ଗୋପ ପୋଲିସ ପକ୍ଷରୁ ଏକ ଅସ୍ଥାୟୀ ଶିବିର ଖୋଲାଯାଇ ୨ଚକିଆ ଏବଂ ୪ଚକିଆ ଯାନଗୁଡିକୁ ଯାଚଂ କରାଯାଉଥିବା ଦେଖିବାକୁ ମିଳିଛି ।

Related posts

କାକଟପୁର ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା

mahabharatanews

ଆଜି ୨୪ଘଣ୍ଟିଆ କେନ୍ଦୁଝର ବନ୍ଦ 

mahabharatanews

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

mahabharatanews