ଓଡିଶା

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ

(ମହାଭାରତ, ଦିଗପହଣ୍ଡି): ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନକୁ ଦିଗପହଣ୍ଡି ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ସୋମବାର ସନ୍ଧ୍ୟାରେ ପାରଳାଖେମୁଣ୍ଡିରୁ ପୁରୀ ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଦିଗପହଣ୍ଡି ପୋଲିସ ଏହାର ପିଛା କରିଥିଲା । ବ୍ରହ୍ମପୁର ଠାରେ ପୋଲିସ ଏହାକୁ ଅଟକାଇ ଥିଲା । ତଲାସି ନେବା ବେଳେ କିଛି ବସ୍ତାରେ ବୋଝେଇ ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗାଡିର ଯାଞ୍ଚ ବେଳେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ପ୍ରଭାତି ମହାରଣା, ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଉପସ୍ଥିତ ଥିଲେ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ତାକୁ ଗିରଫ କରି ମାମଲା ରୁଜୁ କରିଛି ।

Related posts

ଭାଲୁ କାମୁଡ଼ାରେ ବୃଦ୍ଧା ଗୁରୁତର

mahabharatanews

ପୁରୀରୁ ବିରଳ ପ୍ରଜାତିର ସାର୍କ ମାଛ

mahabharatanews

ମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

mahabharatanews