ଓଡିଶା

ରାମହରି ଦାସ ଓଡ଼ିଶୀ ଗୁରୁକୁଳର ପ୍ରତିଷ୍ଠା ଦିବସ ଉଦଯାପିତ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁରର ବଡହାଟ ଗାଁରେ ଅବସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳର ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ଉଦଯାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବର ଶେଷ ସଂଧ୍ୟାରେ ଗୁରୁକୂଳର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଓଡ଼ିଶୀ ମଙ୍ଗଳାଚରଣ, ପଲ୍ଲୀ ନୃତ୍ୟ, ବୃନ୍ଦ ମାର୍ଦ୍ଦଳ ବାଦନ ସହ ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତ ପରିବେଶଣ କରାଯାଇଥିଲା । ଏହି ଉତ୍ସବରେ ବିଶ୍ୱ ସ୍ତରୀୟ ମନୋବିଜ୍ଞାନୀ ପ୍ରଫେସର ବି.କେ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ସୁକାନ୍ତ କୁମାର ସାହୁ ଓ ସାଥୀ ଝଙ୍କଡଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୀତିନାଟ୍ୟ ପରିବେଶଣ ହୋଇଥିଲା । ଗୁରୁକୂଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସ, ଗୁରୁକୁଳ ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଆଇନଜୀବି ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ । ଗୁରୁକୁଳର ଅନ୍ୟ ଗୁରୁ ଓ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

କାର୍ଯ୍ୟରେ ଅବହେଳା, ୧୦ ଶିକ୍ଷକଙ୍କୁ କାରଣ ଦର୍ଶାଅ ଓ ଦରମା ବନ୍ଦ କଲେ BEO

mahabharatanews

ଚଳିତ ବର୍ଷ ସନ୍ଧ୍ୟା ପୂର୍ବରୁ ହେବ କୁମାର ପୂର୍ଣ୍ଣିମା ପୂଜା 

mahabharatanews

୧୨ରେ ଆସୁଛି ବାତ୍ୟା ‘ମୋଚା’ 

mahabharatanews