ଓଡିଶା

୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ଟେଷ୍ଟ,ସମସ୍ତ ରିପୋର୍ଟ ନେଗେଟିଭ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): କୋରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢୁଛି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ତେବେ ମୁମ୍ବାଇରେ ୨୫୦ ପୋଲିସ କୋରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପସିଛି । ଏଥିପାଇଁ କମିଶନରେଟ ପୋଲିସର ପ୍ରାୟ ୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରେ କାହାର ରିପୋର୍ଟ ପଜେଟିଭ ଆସିନାହିଁ । ସମସ୍ତ ନେଗେଟିଭ ଆସିଥିବା ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ କହିଛନ୍ତି । ଏହା ସହ ସେ କହିଛନ୍ତି ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ କରାଯାଉଛି । ଯେଉଁ କର୍ମଚାରୀଙ୍କ ଲକ୍ଷଣ ଆସୁଛି ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଉଛି । ପୋଲିସ ବାରାକରେ ସାମଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବାରାକରେ ଏକାଧିକ ସିପାହୀଙ୍କୁ ବାଣୀବିହାର ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି । ଯେଉଁ କର୍ମଚାରୀଙ୍କ ବୟଷ ୫୦ ରୁ ଉର୍ଦ୍ଦ ସେମାନଙ୍କୁ ଥାନାରେ କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।

Related posts

ଭିମସାରକୁ ମିଳିଛି ସ୍ଥାୟୀ ନିର୍ଦ୍ଦେଶକ

mahabharatanews

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

mahabharatanews

କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର ପ୍ରଶଂସା

mahabharatanews