Uncategorized

ସ୍ୱଦେଶକୁ ଫେରିଲେ ୧୫ ହଜାର ପ୍ରବାସୀ ଭାରତୀୟ

ଭୁବନେଶ୍ୱର: ବିଦେଶରୁ ପ୍ରବାସୀ ଭାରତୀୟମାନଙ୍କୁ ‘ବନ୍ଦେ ଭାରତ ମିଶନ୍‍’ରେ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ସପ୍ତାହରେ ଏପର୍ୟ୍ୟନ୍ତ ୧୨ଟି ଦେଶରୁ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫରିଲେଣି। ସେହିଭଳି ଦ୍ୱିତୀୟ ସପ୍ତାହରେ କାନାଡ଼ା, ରୁଷ, ୟୁରୋପ୍‍, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଉପସାଗରୀୟ ଦେଶଗୁଡ଼ିକରୁ ପ୍ରାୟ ୧୦୬ଟି ବିମାନରେ ୨୫ ହଜାର ପ୍ରବାସୀ ଫେରୁଛନ୍ତି। ଏହି ମିଶନ୍ରୟ ଦ୍ୱିତୀୟ ସପ୍ତାହରେ ଉପସାଗରୀୟ ଦେଶଗୁଡ଼ିକରୁ ଅଧିକ ପ୍ରବାସୀଙ୍କର ଆଗମନ ହେବାର ସମ୍ଭାବନା ରହିଛି। ଏହି ମିଶନର ଚତୁର୍ଥ ଦିନରେ ରିୟାଦ୍‍, ଢାକା, ଦୋହା, କୁଏତ୍‍, କୁଆଲାଲମ୍ପୁର, ସିଙ୍ଗାପୁର, ମାନିଲା, ଲଣ୍ଡନ୍‍ ଓ ନ୍ୟୁୟର୍କରୁ ପ୍ରବାସୀ ଭାରତୀୟଙ୍କର ସ୍ୱଦେଶ ଫେରିବାର କାର୍ୟ୍ୟକ୍ରମ ରହିଛି।
ଇତି ମଧ୍ୟରେ ବନ୍ଦେ ଭାରତ ମିଶନ୍‍ ଅଧୀନରେ ଢାକାର ହଜ୍ରେତ୍‍ ଶହାଜଲାଲ୍‍ ବିମାନ ବନ୍ଦରରୁ ଗତକାଲି ଅପରାହ୍ଣ ଗୋଟାଏ ସମୟରେ ୧୨୯ ଜଣ ପ୍ରବାସୀ ଭାରତୀୟଙ୍କୁ ନେଇ ଏକ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏହି ପ୍ରବାସୀମାନଙ୍କ ମଧ୍ୟରେ ପର୍ୟ୍ୟଟକ, ଶିକ୍ଷାର୍ଥୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଅଛନ୍ତି। ଏତଦ୍‍ ବ୍ୟତୀତ ଯେଉଁମାନଙ୍କର ଭିସା ଅବଧି ଶେଷ ହୋଇଯାଇଛି, ସେମାନେ ମଧ୍ୟ ଏହି ବିମାନରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ମିଶନ୍‍ ଅଧୀନରେ ଆସନ୍ତା ୧୪ ତାରିଖ ମଧ୍ୟରେ ମୋଟ ୭ଟି ବିମାନରେ ବାଂଲାଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ। ଆଜି ସେଠାରୁ ଏକ ବିମାନରେ ପ୍ରବାସୀଙ୍କୁ ମୁମ୍ବାଇ ଆସୁଥିବା ବେଳେ, ୧୧ ତାରିଖରେ ଦିଲ୍ଲୀ, ୧୨ ଓ ୧୩ ତାରିଖରେ ଶ୍ରୀନଗର ଏବଂ ୧୪ ତାରିଖ ଦିନ ଶେଷ ପର୍ୟ୍ୟାୟରେ ଚେନ୍ନାଇକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି।

Related posts

ମହାମାରୀ ୧୮୯୭ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

mahabharatanews

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews

ଶୀତରେ ଥରୁଛି ଦିଲ୍ଲୀ ୪୦ ବିମାନ ବାତିଲ, ୪୫୦ ଉଡାଣ ବିଳମ୍ବ, ୨୧ ଡାଇଭର୍ଟ

mahabharatanews