ଓଡିଶା

୬ ଦଫା ଦାବି ନେଇ ଫନି କ୍ଷତିଗସ୍ତ ଅସହାୟ ପୀଡ଼ିତଙ୍କ ଧାରଣା

ଜୟନ୍ତ ସେଠୀ/ ଗୋପ: ଫନି ବାତ୍ୟାକୁ ଏକ ବର୍ଷ ପୂରି ଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର କ୍ଷତିଗ୍ରସ୍ତ ପରିବାର ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ବର୍ଷକ ପରେ ମଧ୍ୟ ସରକାରୀ ସହାୟତା ପାଇଁ ଶେଷ ହୋଇ ପାରୁନି କ୍ଷତିଗ୍ରସ୍ତ ଚିହ୍ନଟ ପ୍ରକ୍ରିୟା । ତେଣୁ ଏହି ପ୍ରକ୍ରିିୟାରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ପୁଣି ତାତିଲେ ସତ୍ୟବାଦୀ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତବାସୀ । ସହାୟତା ଦାବିରେ ଓହ୍ଲାଇଲେ ଧାରଣାକୁ ।

ସତ୍ୟବାଦୀ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନି କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା ପ୍ରସ୍ତୁତିରେ କିଛି ପରିବାର ବାଦ୍ ପଡିଛନ୍ତି । ସଠିକ ତାଲିକା ପ୍ରସ୍ତୁତି କରାଯାଇନାହିଁ । ଫଳରେ ସରକାରୀ ସହାୟତା ନ ପାଇ ବହୁ ପରିବାର ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ ପକ୍ଷରୁ କେବଳ ମିଳିଛି ମିଛ ଆଶ୍ୱସନା । ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ଆବାହକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଧାରଣା ଓ ବିକ୍ଷୋଭ ତୃତୀୟ ଦିନରେ ପହଞ୍ଚିଛି । । ଫନି କ୍ଷତିଗ୍ରସ୍ତ କ୍ରିୟାନୁଷ୍ଠାନ କମିଟି ସତ୍ୟବାଦୀ ପକ୍ଷରୁ ୬ ଦଫା ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି । ସତ୍ୟବାଦୀ ଓଭରବ୍ରିଜ ତଳେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ, ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ହରିଜନ ମହିଳା ମହାସଂଘ, ପୁରୀ ଜିଲ୍ଲା ନଡିଆ ଚାଷୀ ମହାସଂଘ, ସତ୍ୟବାଦୀ ସଚେତନ ନାଗରିକ ମଞ୍ଚପ୍ରମୁଖ ସଂଗଠନ ଏଥିରେ ସାମିଲ ହୋଇଥିବାର ଦେଖାଯାଇଛି । ଫଣି କ୍ଷତିଗ୍ରସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତି ଶରତ ଚନ୍ଦ୍ର ପ୍ରଧାନଙ୍କ ସହିତ ୩ୟ ଦିବସରେ ବିଷ୍ଣୁ କୁମାର ନାୟକ, ମଙ୍ଗୁଳି ବିଶ୍ୱାଳ, ଭରତ ସାହୁ, ଗିରିଧାରୀ ପ୍ରଧାନ, ବାବୁଲି ପ୍ରଧାନ, ସୁରେନ୍ଦ୍ର ବରାଳ, ସୁପର ଚାଣକ୍ୟ, ପ୍ରମୁଖ ଆଜି ଦ୍ୱିତୀୟ ଦିନରେ ଧାରଣା, ବିକ୍ଷୋଭ ଓ ଅନଶନରେ ବସି ରହିଛନ୍ତି । ଅନ୍ୟ ପକ୍ଷେ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କର୍ମକର୍ତ୍ତା କହିଛନ୍ତି ।

Related posts

ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦୮ ବିହ୍ନଟ

mahabharatanews

 ୨୩ରେ ଖୋଲିବ ହୀରାକୁଦ ଗେଟ୍

mahabharatanews

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ସୁଧାଂଶୁ ଷଢ଼ଙ୍ଗୀ

mahabharatanews