ଅପରାଧଓଡିଶା

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କରୋନ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ କଟକଣାକୁ ପଛରେ ପକାଇ ବଢି ଚାଲିଛି । ଏହି ଭୟଙ୍କର ଭୂତାଣୁ ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଲକଡାଉନ ଜାରି ରହିଛି । କିନ୍ତୁ କିଛି ଅସାମାଜିକ ତତ୍ତ୍ୱଙ୍କ ପାଇଁ ଲକଡାଉନ ମଉଜର ଖୁରାକ ଯୋଗାଇଛି । ଭୂତାଣୁ କରି ଏହି ତତ୍ତ୍ୱମାନେ କଟକଣାକୁ ଫୁ କରି ଚଳାଇଛନ୍ତି ମନମାନି । ସାମାଜିକ ଦୂରତ୍ୱକୁ ପଛରେ ପକାଇ ଚଳାଇଛନ୍ତି ଜୁଆ ଖେଳ । ହିଞ୍ଜିଳି ଥାନା ଅଧୀନ ଶାସନ ଆମ୍ବଗାଁରେ ଜୁଆ ଖେଳ ଚାଲୁଥିବା ବେଳେ ହିଞ୍ଜିଳି ପୋଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଶାସନ ଆମ୍ବଗାଁରେ ଲଗାତର ଲକଡାଉନ ଗାଇଡଲାଇନ ଓ ସାମାଜିକ ଦୂରତ୍ୱକୁ ଅବମାନନା କରି ଜୁଆ ଆଡ୍ଡା ଚାଲିଛି । କୌଣସି ସୂତ୍ର ରୁ ଖବର ପାଇଁ ପୁଲିସ ଗାଁରେ ଚଢାଉ କରିଥିଲା । ପୁଲିସକୁ ଦେଖି ଘଟଣାସ୍ଥଳରୁ ଦେଖଣାହାରୀ ତଥା ଖେଳାଳୀଙ୍କ ମଧ୍ୟରୁ ଅନେକ ଛୁ ମ।।ରିବାରେ ସକ୍ଷମ ହୋଇଥିଲେ ମଧ୍ୟ ପୁଲିସ ୬ ଜଣ ଯୁବକ କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ହଜାର ୬ଶହ ୭୦ଟଙ୍କା ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ କେସ ନଂ ୧୭୩/୨୦ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁଙ୍କ ଠାରୁ ପ୍ରକାଶ । ଚଢ଼ାଉରେ ଏସଆଇ ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ସୁରତ ଭୁଆଁ, ରାଜୀବ ପାଢ଼ୀ, ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

Related posts

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

mahabharatanews

ଓଡ଼ିଶାରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଗିରଫ 

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews