ମୁମ୍ବାଇ: ଆଜି ମଧ୍ୟାହ୍ନରେ ମୁମ୍ବାଇର ଏକ ୭ ମହଲା କୋଠାରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ଲାଗିଛି । ଦିନ ସମୟ ହୋଇଥିବାରୁ ଅଧିକାଂଶ ଲୋକ କାମରେ ଯାଇଥିବା ବେଳେ କିନ୍ତୁ କିଛି ଲୋକ ଏବେ ମଧ୍ୟ ନିଆଁ ଭିତରେ ରହିଛନ୍ତି ।
ମୁମ୍ବାଇର ମସଜିତ ବୁନ୍ଦେର ସୁବୁରବାନ ରେଳ ଷ୍ଟେସନ ନିକଟରେ ଥିବା ୭ ମହଲା ବିଶିଷ୍ଟ ଆବାସିକ ଓ ବ୍ୟବସାୟିକ କୋଠାରେ ଆଜି ମଧ୍ୟାହ୍ନ ୨ଟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଖବର ପାଇ ଗୋଟିଏ ଅଗ୍ନିସମ ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି । କିଛି ଲୋକ ଭୟରେ କୋଠା ଭିତରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ତେବେ କେମିତି ଏହି ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡି ନ ଥିବା ବେଳେ ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।
previous post
next post