Uncategorized

ଅବଦୁଲ୍ଲା ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ

(ଲକ୍ଷେ୍ନø): ଉତ୍ତରପ୍ରଦେଶର ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ ହୋଇଛି । ଆହ୍ଲାବାଦ ହାଇକୋର୍ଟ ତାଙ୍କର ନିର୍ବାଚନ ରଦ୍ଧ କରିବା ପରେ ୟୁପି ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବିଧାନସଭାରୁ ତାଙ୍କ ସଦସ୍ୟତା ଡିସେମ୍ବର ୧୬ରୁ ରଦ୍ଧ ବୋଲି ଧରାଯିବ ତାହା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟ ୨୦୧୯ ଡିସେମ୍ବର ୧୬ରେ ରାମପୁରର ସ୍ୱାର ବିଧାନସଭା ମଣ୍ଡଳିରୁ ବିଧାୟକ ଅବଦୁଲ୍ଲା ଖାନଙ୍କ ନିର୍ବାଚନ ରଦ୍ଧ କରି ଦେଇଥିଲେ । ଜାଲ୍ ପ୍ରମାଣପପତ୍ର ଦାଖଲ ଅଭିଯୋଗରେ କୋର୍ଟ ଅବଦଲ୍ଲାଙ୍କ ବିଧାନସଭା ନିର୍ବାଚନ ରଦ୍ଧ କରିଥିଲେ । ବିଏସପି ନେତା ନବାବ କାଜିମ ଅଲ୍ଲି ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ପ୍ରମାଣ ସ୍ୱରୁପ ଅବଦୁଲ୍ଲାଙ୍କ ମାଟ୍ରିକ ମାର୍କସିଟ୍, ପ୍ୟାନ କାର୍ଡ ଆଦି ଅଦାଲତରେ ଉପସ୍ଥାପନ କରାଯାଇଥିଲା । ସମସ୍ତ ପ୍ରମାଣ ତାଙ୍କ ବିରୁଦ୍ଧରେ ଯିବାରୁ ତାଙ୍କର ନିର୍ବାଚନ ରଦ୍ଧ କରାଯାଇଥିଲା ।

Related posts

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

mahabharatanews

ଫୁଲୱାମାରେ ସେନା, ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

mahabharatanews

ମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନ

mahabharatanews