(ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ୭ ଜଣ ସଫଳ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ଏମାନେ ଏହି ଆକାଉଣ୍ଟ ମାଧ୍ୟମରେ ସେମାନଙ୍କ ଜୀବନଯାତ୍ରାର କଥା ଦିନ ତମାମ ଶେୟାର କରିଥିଲେ । ଆକାଉଣ୍ଟ ସାଇନ ଅଫ କରିବା ପୂର୍ବରୁ ସେ ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ ବୋଲି ଟୁଇଟ୍ କରିଥିଲେ । ଏହାସହ ତାଙ୍କ ଟ୍ୱିଟର ଆକାଉଣ୍ଟରେ ରବିବାର ଦିନ ତମାମ ସାତ ଜଣ ସଫଳ ମହିଳା ସେମାନଙ୍କର ଜୀବନ ଯାତ୍ରାର କାହାଣୀ ସେୟାର କରିବେ ବୋଲି ମୋଦି ଲେଖିଥିଲେ । ତାଙ୍କ ଟ୍ୱିଟର ଆକାଉଣ୍ଟ ସାଇନ ଅଫ ହେବା ପରେ ଫୁୃଡ ବ୍ୟାଙ୍କ ଅଫ ଇଣ୍ଡିଆର ସଂସ୍ଥାପିକା ସ୍ନେହା ମୋହନ ଦାସ ପ୍ରଥମେ ଟୁଇଟ୍ କରିଥିଲେ । ଦେଶରେ କେହି ଭୋକିଲା ନ ରୁହନ୍ତୁ ଏହା ଭାବି ସେ ଫୁଡ ବ୍ୟାଙ୍କ ଆରମ୍ଭ କରିବା ପାଇଁ ଚିନ୍ତା କରିଥିବା କଥା ସେ ଟୁଇଟ୍ କରି ଜଣାଇଥିଲେ । ତାଙ୍କର ଏହି ପ୍ରୟାସ ଫଳରେ ଏବେ ଦେଶରେ ୧୮ଟି ଫୁଡ ବ୍ୟାଙ୍କ ପ୍ରତିଷ୍ଠା ହୋଇପାରିଛି । ତାଙ୍କ ସହ କାମ କରୁଥିବା ସ୍ୱେଚ୍ଛାସେବୀମାନେ ଲୋକଙ୍କ ଠାରୁ କଞ୍ଚା ପନିପରିବା ସଂଗ୍ରହ କରି ଏହାକୁ ରୋଷେଇ କରନ୍ତି ଓ ଭୋକିଲାଙ୍କୁ ଖାଇବାକୁ ଦିଅନ୍ତି ବୋଲି ସେ ମୋଦିଙ୍କ ଟୁଇଟର ଆକାଉଣ୍ଟରେ କହିଛନ୍ତି ।
previous post