Uncategorized

୮୬% ଟୀକା ନେବା ପରେ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: କରୋନାକୁ ହରାଇବାକୁ ଟୀକାକରଣକୁ ବ୍ୟାପକ କରାଯାଉଛି । କିନ୍ତୁ କରୋନା ଛାଡୁନାହିଁ ପିଛା । ଟୀକା ନେବା ପରେ ସଂକ୍ରମିତ ହେଉଥିବା ପ୍ରାୟ ୮୬% ଭାରତୀୟ କରୋନାର ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହେଉଥିବା ଆଇସିଏମଆର ସୂଚନା ଦେଇଛି । ଆଇସିଏମଆର ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ତଥ୍ୟ ଜଣାପଡିଛି । ତେବେ ଗବେଷଣାରୁ ଏକ ଆଶ୍ୱସ୍ତିକର ତଥ୍ୟ ସାମ୍ନାକୁ ଆସିଛି କି, ଟୀକା ନେଉଥିବା ଲୋକେ ସଂକ୍ରମିତ ହେଉଥିଲେ ମଧ୍ୟ ମୃତ୍ୟୁହାର କମ ରହିଛି ।
ଆଇସିଏମଆର କରିଥିବା ଗବେଷଣ।।ରେ ୬୭୭ ଲୋକଙ୍କୁ ସାମିଲ କରାଯାଇଥିଲା । ମୋଟ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗବେଷଣାରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୧ ଜଣ କୋଭାକ୍ସିନ, ୬୦୪ ଜଣ କୋଭିସିଲ୍ଡ ଟୀକା, ଦୁଇ ଜଣ ଚାଇନା ପ୍ରସ୍ତୁତ ସିନୋଫାର୍ମା ଟୀକାର ନେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ମୋଟ ସଂଖ୍ୟାର ୦.୪% ଥିବା ଜଣାପଡିଛି । ମୋଟ ୬୭୭ ଜଣଙ୍କ ମଧ୍ୟରୁ ୮୬.୦୯% କରୋନାରେ ଟୀକା ନେବା ପରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ଓ ୯.୮%ଙ୍କୁ ହସ୍ପିଟ।।ଲରେ ଭର୍ତ୍ତି କରିବାକୁ ହୋଇଥିଲା । ଅର୍ଥାତ୍ ଟୀକାକରଣ ପରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଓ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଆସିଛି ।

 

Related posts

ବିହାର ସରକାରଙ୍କ ବଡ ଘୋଷଣା: ଲାଞ୍ଚଖୋରଙ୍କୁ ଧରାଇଲେ ମିଳିବ ୫୦ ହଜାର ଟଙ୍କା

mahabharatanews

ବିହାର ବନ୍ୟା: ୨୯ ଲକ୍ଷ ଲୋକ ପ୍ରଭାବିତ

mahabharatanews

ବାଣିଜ୍ୟ କ୍ଷେତ୍ରରେ ଉଜବେକିସ୍ଥାନ ସହ ଭାରତ କାମ କରିବ

mahabharatanews