ଓଡିଶା

ୱହାରମୋନୀ-୨୦୨୦ ଅନୁଷ୍ଠିତ

ଖୋର୍ଦ୍ଧା: ଅନ୍ନପୂର୍ଣ୍ଣା ଏମ୍ଏସ୍ଏମ୍ଇ ଫାଇନାନ୍ସ ଦ୍ୱାରା ‘ମହିଳା ଦିବସ’ ଉପଲକ୍ଷେ ୱହାରମୋନୀ-୨୦୨୦ ହୋଟେଲ ନ୍ୟୁ ମାରିୟନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ମହିଳା ଉଦ୍ୟୋଗୀମାନେ ନିଜ ପରିବାର ସଙ୍ଗେ ନିଜର ଉଦ୍ୟୋଗ କିପରି ପରି·ଳନା କରିଥାନ୍ତି ସେ ବିଷୟରେ ଆଲୋଚନା ହୋଇଥିଲା ଏବଂ ଡ଼ିଜିଟାଲ ୱାଲର୍ଡ଼ରେ ସେମାନେ କିପରି ନିଜକୁ ନିୟୋଜିତ କରିପାରୁଛନ୍ତି ଏବଂ ଏତଦ୍ଦ୍ୱାରା ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚାନଚକ୍ରରେ ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଧ୍ୟକ୍ଷ ତଥା ପରି·ଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ଅଗ୍ରଣୀ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପ୍ରୋତ୍ସାହନ କରିଥିଲେ ।

Related posts

ଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

mahabharatanews

ପିଲାଙ୍କ ଅନଲାଇନ ପାଠପଢା: ଗରିବ ବିକୁଛି ଗାଈ

mahabharatanews

ପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡି

mahabharatanews