ଓଡିଶା

ଆଜି ଆଡ଼ପ ମଣ୍ଡପେ ବିଜେ କରିବେ ଶ୍ରୀଜିଉ

(ପୁରୀ) : ଶରଧାବାଲିରେ ଲାଗିଛି ରଥ । ମାଉସୀମା ଘରକୁ ଆଜି ପ୍ରବେଶ କରିବେ ତିନିଠାକୁର । ଆଜି ଆଡ଼ପମଣ୍ଡପକୁ ବିଜେ କରିବେ ମହପ୍ରଭୁ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିବେ। ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଗୁରୁବାର ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ହୋଇଛି।

 ସୂଚନାନୁଯାୟୀ , ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବୁଧବାର ଦିନ ଶରଧାବାଲିରେ ବିଜେ କରିଛନ୍ତି। ତିନିରଥ ଶରଧାବାଲିରେ ବିଜେ ପରେ ରଥ ଉପରେ ଆଜିର ଦୈନନ୍ଦିନ ନୀତିକାନ୍ତି ସଂପନ୍ନ ହୋଇଛି। ତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ୍‌ ଛକରୁ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବୀରହରେକୃଷ୍ଣପୁର ଛକ, ମାଳତୀପାଟପୁର ଛକ, ମଙ୍ଗଳାଘାଟ ଛକ ଆଦି ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଯାନବାହନ ନିୟନ୍ତ୍ରଣ କରୁଛି।

 

Related posts

ଯକ୍ଷ୍ମା ରୁ କିଭଳି ମୁକ୍ତି ପାଇବେ ତାହାର ସଚେତନତା…

mahabharatanews

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

mahabharatanews

 ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

mahabharatanews