ଓଡିଶା

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

(ମହାଭାରତ, ବରଗଡ): ପଦ୍ମପୁର ସହରର ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ସେ ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଥିଲେ । ସ୍କୁଲର ଏହି ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରିଥିଲେ । ସ୍କୁଲର ସଭାପତି ସଂଯୁକ୍ତା ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସ୍କୁଲ ଅଧ୍ୟକ୍ଷା ଅପାଲି ଅପରାଜିତା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ବାର୍ଷିକ ଉତ୍ସବର ସମାପନ ହୋଇଥିଲା । ଶେଷରେ ସହକାରୀ ଶିକ୍ଷକ ରୋଷବ ମଲ୍ଲିକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଦିବ୍ୟାଙ୍ଗଙ୍କୁ ପେନସନ, ପକ୍କା ଘର ଓ ଚାଉଳ ସାତ ସପନ

mahabharatanews

କାଳବୈଶାଖୀ ନେଇ ୮ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି

mahabharatanews

 ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା;  ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ନିର୍ଦ୍ଦେଶ

mahabharatanews