ଅପରାଧ

ଏସଟିଏଫକୁ ବିରାଟ ସଫଳତା: ୧.୪୮କିଲୋ ବ୍ରାଉନ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଏସଟିଏଫକୁ ମିଳିଛି ଏକ ବିରାଟ ସଫଳତା । ଭୁବନେଶ୍ୱର ନିକଟ ପିପିଲି-ନିମାପଡା ଓଭର ବ୍ରିଜ ନିକଟରେ ଏସଟିଏଫ ୧ କିଲୋ ୪୮ ଗ୍ରାମର ବ୍ରାଉନ ଜବତ କରିବା ସହ ଜଣକୁ ଗିରଫ କରିଛି । ଇଣ୍ଟେଲିଜେନ୍ସ ଇନପୁଟ ଆଧାରରେ ଏସଟିଏଫର ଟିମ ଏହି ସଫଳତା ହାସଲ କରିଛି ।
ଏସଟିଏଫକୁ ଇଣ୍ଟେଲିଜେନ୍ସରୁ ସୂଚନା ମିଳିଥିଲା କି ପିପିଲି-ନିମାପଡା ଓଭର ବ୍ରିଜରେ ନିଶା କାରବାର ଚାଲିଛି । ଏସଟିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧ କିଲେ।। ୪୮ ଗ୍ରାମର ବ୍ରାଉନ ସୁଗାର ସହ ଅପରାଧିକ ସାମଗ୍ରୀ ମିଳିଛି । ଗିରଫ ଅଭିଯୁକ୍ତ ପୁଲିସକୁ ଏହି ନିଷିଦ୍ଧ ସାମଗ୍ରୀ ପାଖରେ ରଖିବାର ଯଥାର୍ଥ କାରଣ ଦର୍ଶାଇବାରେ ବିଫଳ ହୋଇଛି । ପୁଲିସ ତାକୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିବାକୁ ଯାଉଛି ।
ସୂଚନାଯୋଗ୍ୟ, ୨୦୨୦ ଠାରୁ ନିଶା କାରବାର ବିରୋଧରେ ଏସଟିଏଫ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ୩୫ କେଜି ବ୍ରାଉନ ସୁଗାର, ହେରୋଇନ ଓ ୬୭କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହି ଅପରାଧିକ କାର୍ଯ୍ୟରେ ସଂଶ୍ଲିଷ୍ଟ ୧୦୦ ଡ୍ରଗ୍ସ କାରବାରୀଙ୍କୁ ମଧ୍ୟ ଗିରଫ କରିଛି ।

Related posts

ଡିସିପି ଅଫିସ ଆଗରେ ଆଲବମ ଅଭିନେତ୍ରୀ

mahabharatanews

ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା

mahabharatanews

ରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

mahabharatanews