ଅପରାଧଓଡିଶା

ରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଛୁରାମାଡ କରିଛନ୍ତି । ଯାହାଫଳରେ ଗୋଟିଏ ପରିବାରରେ ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତାର ଅବସ୍ଥାରେ ଆହାତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିତ୍ସାଧୀନ । ମୃତଦେହ ପିଏମ୍ଜି ନିକଟ ଏକ ଏଟିଏମ୍ ସାମ୍ନାରେ ପଡି ରହିଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ, ସୋମବାର ସକାଳୁ ଖାରବେଳନଗର ଥାନା ଲୋୟର ପିଏମଜି ଛକ ନିକଟରେ ଥିବା ଏଟିଏମ୍ ପାଖରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବାବେଳେ ସ୍ତ୍ରୀ ମଧ୍ୟ କ୍ଷତାକ୍ତ ହୋଇ ପଡିରହିଥିଲେ । ଏହାପରେ ଲୋକେ ଦେଖି ପୋଲିସକୁ ଖବର କରିଥିଲେ । ପରେ ପୋଲିସ ଆସି ମୃତ ଶରୀରକୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ସହ ଦମ୍ପତିଙ୍କ ସନ୍ତାନକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବାସହ ଛାନଭିନ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ଅକ୍ରମଣର ଶିକାର ହୋଇଥିବା ପରିବାର ପିଏମଜି ଛକ ଫୁଟପାତରେ ରହୁଥିଲେ । କିନ୍ତୁ ତାଙ୍କୁ କିଏ ଓ କେଉଁ କାରଣରୁ ଆକ୍ରମଣ କରିଛି ତାହା ଏବେ ବି ଅସ୍ପଷ୍ଟ ।

Related posts

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

mahabharatanews

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ରାଜ୍ୟରେ ଚିନ୍ତା ବଢୁଛି ୧୮ ବର୍ଷରୁ କମ ବୟସ୍କଙ୍କ ସଂକ୍ରମଣ

mahabharatanews