ଭାରତ

କାଲ୍‌କାଜୀ ମନ୍ଦିରରେ ହଠାତ ଭାଙ୍ଗି ପଡିଲା ମଞ୍ଚ,ଜଣେ ମୃତ  

(ଦିଲ୍ଲୀ) :  ଶନିବାର ରାତିରେ ଦିଲ୍ଲୀସ୍ଥିତ କାଲ୍‌କାଜୀ ମନ୍ଦିର ପ୍ରାଙ୍ଗଣରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବ‌େଳେ ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ‌କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ସୂଚନାନୁଯାୟୀ , କାଲ୍‌କାଜୀ ମନ୍ଦିରରେ ‘ଜାଗରଣ’ ବା ‘ଜାଗ୍ରତ’ ଉତ୍ସବ ଚାଲିଥିବା ବ‌େଳେ ମଧ୍ୟରାତ୍ରରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ମନ୍ଦିର ପରିସରରେ ଭକ୍ତମାନେ ସାରାରାତି ଉଜାଗର ରହି ଗୀତ, ନାଚ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଦେବୀ କାଳୀଙ୍କୁ ପୂଜା କରନ୍ତି। ବୋଲା ଯାଉଥିବା ଭଜନରେ ବିମୁଗ୍ଧ ହୋଇ କେତେକ ଭକ୍ତ ମଞ୍ଚ ଉପରକୁ ଚଢ଼ିଯିବାରୁ ମଞ୍ଚ ଭାଙ୍ଗିପଡ଼ିଲା।

Related posts

ଆୟାରଲାଣ୍ଡ ଗସ୍ତରେ ହାର୍ଦ୍ଦିକ ପାଣ୍ଡିଆ

mahabharatanews

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

mahabharatanews

୪୫ ବର୍ଷର ଭାଙ୍ଗିଲା ରେକର୍ଡ, ତାଜମହଲ ଛୁଇଁଲା ଯମୁନା ପାଣି   

mahabharatanews